ହଳଦୀ ଗ୍ରାମର କାଜୁ ବାଡ଼ରେ ଚାଲିଥିବା ଜୁଆ ଆଡ୍ଡାରେ ଚଢ଼ାଉ, ୮ ଅଟକ,୧୪ ବାଇକ ଜବତ

ନବରଙ୍ଗପୁର:-ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ହଳଦୀ ଗ୍ରାମ ପାଖ କାଜୁବାଡ଼ରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୮ ଜଣ ଅଟକ ରଖିଥିବା ସହ ୧୪ ବାଇକ, ୫ଟି ମୋବାଇଲ ଏବଂ ୧୨ ହଜାର ୭୦୦ ସହ ଟଙ୍କା ଜବତ କରିଛି ଡାବୁଗାଁ ପୋଲିସ । ସନ୍ଧ୍ୟା ୭ ଟା ବେଳେ ବିଶେଷ ସୂତ୍ରରୁ ଖବର ପାଇ ପୋଲିସ କାଜୁବାଡ଼ ରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଛଡାଉ କରିଥିଲେ ।ପୋଲିସ ଛଡାଉ ସମୟରେ କିଛି ଜୁଆଡି ଛତ୍ରଭଙ୍ଗ ହୋଇଥିଲେ ବୋଲି ଥାନା ଅଧିକାରୀ ସୁରେନ୍ଦ୍ର କୁମାର ବେହୁରିୟା ସୂଚନା ଦେଇଛନ୍ତି ।ଏନେଇ ଡାବୁଗାଁ ଥାନାରେ ଏକ ମାମଲା ରୁଜୁ କରି କେଶ ନ- ୯୮/୨୧ ତଦନ୍ତ ଜାରୀରହିଛି ।

Comments
Loading...