ହତ୍ୟା କରିବା ପରେ ଥାନାରେ ଆତ୍ମ ସମର୍ପଣ କଲେ ହତ୍ୟାକାରୀ

ନବରଙ୍ଗପୁର ଜିଲା:- ଡାବୁଗାଁ ଥାନା ଅଧୀନ ମାନିଗାଁ ଗ୍ରାମରେ ଶନିବାର ମଧ୍ୟାନ୍ନ ରେ ଏକ ଅଭାବନୀୟ ଘଟଣା ଘଟିଯାଇଛି | ସୂଚନାଯୋଗ୍ୟ:- ମାନିଗାଁ ଗ୍ରାମର ଭଗ୍ନ ମାଝୀ (୫୦) ଙ୍କ ର ସାନ ଝିଅର ଶୁକ୍ରବାର ବିବାହ ସମ୍ପନ୍ନ ହୋଇଥିବା ବେଳେ ଆଜି ତାଙ୍କ ଘରେ ବିବାହ ଭୋଜି ହୋଇଥିଲା | ଏଥିରେ ଭଗ୍ନ ମାଝୀ ଓ ଗ୍ରାମର ବୈଦୁ ମାଝୀ (୩୫) ଙ୍କ ସହ ମିଶି ମଧ୍ୟାନ୍ନରେ ମଦ ପିଇଥିଲେ | ପରେ ପାତ୍ରୀ ରାସ୍ତାରେ ଥିବା ନିଜ ଜମି ଆଡକୁ ଯାଉଥିଲେ | ଯିବା ରାସ୍ତାରେ ପୂର୍ବରୁ ଜମିବାଡି ନେଇ ଶତ୍ରୁତା ଥିବା ଯୋଗୁଁ ବୈଦୁ ମାଝୀ ଏକ ଠେଙ୍ଗା ସାହାଯ୍ୟରେ ଭଗ୍ନର ମୁଣ୍ଡରେ ଶକ୍ତ ଆଘାତ କରିଥିଲା | ଫଳରେ ଭଗ୍ନ ତଳେ ପଡିଯାଇଥିଲା | ଭଗ୍ନ ମରିଯାଇଥିବା ଜାଣିପାରି ଶବ କାନ୍ଧରେ ବୋହି ଜଙ୍ଗଲ ମଧ୍ୟକୁ ପକାଇବା ପାଇଁ ନେବା ବେଳେ ଲୋକଙ୍କୁ ଦେଖି ସେଠାରେ ମୃତ ଦେହକୁ ପକାଇ ଦେଇଥିଲା | ମୃତ ଦେହ ପକାଇ ଦେଇ ବୈଦୁ ମାଝୀ ଅପରାହ୍ନରେ ଆସି ଡାବୁଗାଁ ଥାନାରେ ଆତ୍ମ ସମର୍ପଣ କରିଥିଲା | ଡାବୁଗାଁ ଥାନା ଆଇଆଇସି ସୁରେନ୍ଦ୍ର କୁମାର ବେଉରିଆ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିଲେ । ରାତ୍ର ୮ ଘ ସମୟରେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଶବ ଅଣାଯାଇଛି। ବର୍ତ୍ତମାନ ସୁଦ୍ଧା ପୋଲିସ ଘଟଣାସ୍ଥଳରେ ରହି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି | ଏନେଇ ଡାବୁଗାଁ ଥାନା କେସ ନଂ ୮୩/୨୧ ରେ ଏକ ମାମଲା ରୁଜୁ ହୋଇଛି |ସଖାଲେ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ଶବ ହସ୍ତାନ୍ତର କରାଯିବ ବଳି ଜଣା ପଡ଼ିଛି ।

Comments
Loading...