ଅନ୍ଧୁଣୀ ପାଁଇ ଆବାସ ସାତ ସପନ, ଭଙ୍ଗା କୁଡ଼ିଆରେ ଜୀବନ

ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମାଝୀ ଗୁଡା ପଂଚାୟତ ରେ ଜଣେ ବୃଦ୍ଧା ଦମ୍ପତି ବୟସର ଅପରାହ୍ନରେ କିନ୍ତୁ ଆବାସ ଖଣ୍ଡିଏ ତାଙ୍କ ପାଁଇ ସାତ ସପନ l ସୂଚନା ଅନୁଯାଇ ମାଝୀ ଗୁଡା ପଂଚାୟତ ଅନ୍ତର୍ଗତ ଉପର ମୁଣ୍ଡା ଗ୍ରାମର ଝିମାୟଯାନୀ (66)ଜନ୍ମ ରୁ ଆଖି ଦୁଇଟି ଦେଖାଯାଉ ନଥିବାବେଳେ ବାହାନହୋଇ ଭାଇ ଉର୍ଧବ ଯାନୀ ଙ୍କ ସାହାରାରେ ଏକ ଭଙ୍ଗା କୁଡ଼ିଆରେ ଜୀବନ ଅତିବାହିତ କରୁଛନ୍ତି l ଝିମାୟ ଯାନୀ ପେନସନ ବାବଦକୁ 500 ଟଙ୍କା ଓ ମାସକୁ 35 କେଜି ଚାଉଳ ମାତ୍ର ପାଉଛନ୍ତି l ଉର୍ଧବଙ୍କ ଭଙ୍ଗା କୁଡ଼ିଆ ହିଁ ତାଙ୍କ ପାଁଇ ଯଥେଷ୍ଟ ଆବାସ ଖଣ୍ଡିଏ ତାଙ୍କ ପାଁଇ ସ୍ୱପ୍ନ l ଏପରି ସ୍ଥଳେ ଉର୍ଧବଙ୍କ ପାଞ୍ଚ ପୁତ୍ରଙ୍କ ମଧ୍ୟରୁ ଦୁଇ ଜଣ ବାହା ହୋଇ ଶାଶୁ ଘରକୁ ଗଲେଣି ଓ ଦୁଇ ପୁଅ ମହେନ୍ଦ୍ର ଯାନୀ (12) ସୁରେନ୍ଦ୍ର ଯାନୀ (10) ଜଣେ ଝିଅ ମଞ୍ଜୁଳା ଯାନୀ (17) ମା ବିମଳା ଯାନୀ ଙ୍କ ସହ ଘରେ ରହିଛନ୍ତି l ଆଗକୁ ଟାଣ ଖରା ସହ କରୋନା ପରି ମହାମାରୀ ସମୟରେ ଭାଇ କାମଧନ୍ଦା ନପାଇ ନିଜ ଛୁଆଙ୍କ ପାଁଇ ଦିମୁଠା ଖାଇବା ଯୋଗାଡ଼ କରିବା ଅସମ୍ଭବ ହୋଇପଡୁଥିବା ବେଳେ ଅନ୍ଧୁଣୀ ଭଉଣୀ କୁ ସମ୍ଭାଳିବା କାଠିକର ପାଠ ହୋଇ ପଡୁଛି l ଦେହରେ ବଳ ଥିବା ପର୍ଯ୍ୟନ୍ତ ଭଉଣୀକୁ ରକ୍ଷା କରି ସେବା ଯତ୍ନ କରି କୃଷ୍ଣ ସାଜିଛନ୍ତି l କିନ୍ତୁ ଏବେ ଆଉ ତାଙ୍କ ଦେହରେ ବଳ ନାହିଁ ସେ ନିଜେ ଥକି ପଡିଲେଣି କରିବେ କଣ ଆଗକୁ କେବଳ କେବଳ ଭଗବାନ ହିଁ ଭରସା l ଝିମାୟଯାନୀ ଙ୍କ ପେନସନ 500ରୁ 700 ଟଙ୍କା କୁ ବୃଦ୍ଧି ହେଉ ଓ ରହିବା ପାଁଇ ଆବାସ ଖଣ୍ଡିଏ ମିଳୁ ବୋଲି ଗ୍ରାମବାସୀ ଦାବି କରିଛନ୍ତି l

Comments
Loading...