ଶ୍ରମିକ ବଦଳରେ ମେସିନ କରୁଛି କାମ

ନବରଙ୍ଗପୁର :-ଶ୍ରମିକ ବଦଳରେ ମେସିନ କରୁଛି କାମ,ବାରମ୍ବାର ଗଣମାଧ୍ୟମ ରେ ଖବର ପ୍ରସାରଣ ହେବା ପରେ ମଧ୍ୟ ଚେତା ପଶୁନି ପ୍ରଶାସନର, ପ୍ରଶାସନ ତରଫରୁ କୌଣସି ପଦଖେପ ଗ୍ରହଣ କରା ଯାଉନାହିଁ,। ସୂଚନାଯୋଗ୍ୟ- ଏଭଳି ଏକ ବେନିଅମ କାର୍ଯ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ତୁରୁଡି ପଂଚାୟତ ର ପାବାରବିଲ 2 ଗ୍ରାମ ରେ,ମନେରଗାଁ ଯୋଜନା ରେ ଏହି ରାସ୍ତା କାମ ଆରମ୍ଭ ହେଇଛି, ରାସ୍ତା ଟି କଉଠୁ କଉଠି ଯାଉଛି ତାହା ଫଳକ ରେ ଲେଖା ହେଇନି, ଏହି ରାସ୍ତା ର ଅଟକଲ ମୂଲ୍ୟ ୫ ଲକ୍ଷ ଟଙ୍କା ଜାଗାରେ ଭୁଲ ମୂଲ୍ୟ ଲେଖା ଯାଇଛି, ସମାନ ବୋର୍ଡ ମଧ୍ୟ ଲେଖା ଯାଇନ ଥିବାର ଦେଖିବାକୁ ମିଳିଛି,ଏହି କାମରେ ଯେସିବି ମେସିନ ଗାଁ ର ଏକ ବନ୍ଧ ରୁ ମାଟି ଆଣି ପକାଉଥିବାର ଦେଖିବାକୁ ମିଳିଛି, ଏହି କାର୍ଯ୍ୟ ରେ ଗୋଟେ ଜେସିବି ଏବଂ ଦୁଇଟି ଟ୍ରାକ୍ଟର ଲାଗିଛି, ଏହି ତୁରୁଡି ପଂଚାୟତ ରେ ସବୁ କାମ ମେସିନ ଦ୍ୱାରା ହଉଥିବା ର ଦେଖିବାକୁ ମିଳୁଛି, ପ୍ରଶାସନଏହି ବେନିଅମ କାର୍ଯ୍ୟ ପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହୋଇଛି |

Comments
Loading...