ଡାବୁଗାଁରେ ଆଦିବାସୀ ପାରମ୍ପରିକ ମାଘ ମଣ୍ଡେଇ ପାଳିତ

କୋଶଲ ନ୍ୟୁଜ୍ ବ୍ୟୁରୋ : ଡାବୁଗାଁ 25/2 ଡାବୁଗାଁ ବ୍ଲକ ସଦର ମହୁକୁମା ଠାରେ କାଭିଡ ନିୟମ ମାନି,ମାସ୍କ ବ୍ୟଭହାର କରି ସାମାଜିକ ଦୂରତା ବଜାଇ ରଖି ଧୁମଧାମରେ ପାଳିତ ହାଇଯାଇଛି ମାଘ ମଣ୍ଡେଇ ବା ଡାବୁଗାଁର ଇଷ୍ଟ ଦେବ ବାବା ଭୈରବଙ୍କ ପୂଜା । ମହାଦେବଙ୍କ ଅବତାର ବାବା ଭୈରଭ ଙ୍କୁ ଏଠାରେ ବଡ଼ଦେଵତା ନାମରେ ପୂଜା କରାଯାଏ*। ଆଦିବାସୀ ପର୍ବ ମାଘ ମଣ୍ଡେଇ ହାଟ ପୂର୍ବ ଦିନ ପାଳିତ ହୁଏ ଏହି ବଡ଼ଦେବତା ପୂଜା ,ଆଜି ଡାବୁଗାଁ ରେ ମାଘ ମଣ୍ଡେଇ ହାଟ ।

 ମାଘ ମଣ୍ଡେଇ ଦିନ ପାରମ୍ପରିକ ରୀତିନୀତିରେ ପୂଜାର୍ଚନା ପରେ ସିରା ,ପଲଙ୍କି ,ଲାଠି, କୁର୍ଚି ସବୁ ଏକତ୍ରିତ ହଇ ବାଜା ମହୁରୀ ରୋ ତାଳେ ତାଳେ ନାଚ କରି ଡାବୁଗାଁ ଗ୍ରାମରେ ଏବଂ ସାପ୍ତାହିକ ହାଟରେ ବୁଲିଥିଲେ । ଡାବୁଗାଁ ମଣ୍ଡାଇ ପାଇଁ ଗହଳି ଗତକାଲି ବୁଧବାର ଦିନ ଠାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବାରେ ଲାଗିଛି ଡାବୁଗାଁ ଅଞ୍ଚଳରେ । ଦୁଲାରଦେଇ ପୂଜା ଠାରୁ ମାଘ ମଣ୍ଡେଇ ପର୍ଯନ୍ତ ଡାବୁଗାଁ ଅଂଚଳ ଚଳଚଂଚଳ ରହିଥିଲା ,ଆସନ୍ତା କାଲି ଶୁକ୍ରବାର ବାସି ମଣ୍ଡେଇ ପର୍ଯ୍ୟନ୍ତ ଏହିଭଳି ଗହଳି ଲାଗି ରହିଥିବ ।

ରିପୋର୍ଟ – ମିହିର ଶଙ୍କର ପାତ୍ର

ଜିଲ୍ଲା ସମ୍ବାଦଦାତା ( ନବରଙ୍ଗପୁର )

Comments
Loading...