୨୭ ମାର୍ଚ୍ଚରେ ଉମରକୋଟ ଓକିଲ ସଂଘ ନିର୍ବାଚନ

ନବରଙ୍ଗପୁର :-ମାର୍ଚ୍ଚ ୨୭ତାରିଖରେ ଓକିଲ ସଂଘ ନିର୍ବାଚନ ନିର୍ବାଚନ ପାଇଁ ଶନିବାର ଠାରୁ ନାମାଙ୍କନପତ୍ର ବିକ୍ରି ଆରମ୍ଭ ହୋଇଛି । ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ନାମାନଙ୍କପତ୍ର ବିକ୍ରି ଓ ଦାଖଲ ପାଇଁ ଦିନ ଧାର୍ଯ୍ୟ କରା ଯାଇଛି । ୧୦ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବା ପରେ ୧୧ ତାରିଖରେ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ୧୩ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ଓ ୧୫ ତାରିଖରେ ପ୍ରାର୍ଥୀଙ୍କ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବା ଆସନ୍ତା ୨୭ ତାରିଖ ସକାଳ ୮ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମତଦାନ ଏବଂ ଅପରାହ୍ନ ୪ଟାରୁ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହେବ । ବରିଷ୍ଠ ଆଇନଜୀବୀ ମନୋହର ମହାନ୍ତିଙ୍କୁ ନିର୍ବାଚନ ଅଧିକାରୀ ଏବଂ ବରିଷ୍ଠ ଆଇନଜୀବୀ ମନୋଜ କୁମାର ମହାପାତ୍ରଙ୍କୁ ସହକାରୀ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି । ଶନିବାର ପ୍ରଥମ ଦିନରେ କୌଣସି ନାମାଙ୍କନପତ୍ର ବିକ୍ରି ହୋଇ ନଥିବା ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।

ମିହିର ଶଙ୍କର ପାତ୍ର

— ଜିଲ୍ଲା ସମ୍ବାଦଦାତା – ନବରଙ୍ଗପୁର

Comments
Loading...