ଡାବୁଗାଁ ବ୍ଲକରେ ମାଟ୍ରିକ ପରୀକ୍ଷା ଆରମ୍ଭ

ନବରଙ୍ଗପୁର:- ଡାବୁଗାଁ ବ୍ଲକ ର ୬ଟି ମାଟ୍ରିକ ପରୀକ୍ଷା କେନ୍ଦ୍ର ରେ ଆଜି ମଙ୍ଗଳବାର ପରୀକ୍ଷା ଆରମ୍ଭ ହୋଇଛି । ଏହି ୬ ଟି କେନ୍ଦ୍ର ରେ ପ୍ରଥମ ଦିନରେ ମୋଟ ୧୩୮୯ ଜଣ ଛାତ୍ରୀ ଛାତ୍ର ପରୀକ୍ଷା ଦେଇଥୂବା ବେଳେ ୫୧ ଛାତ୍ରୀ ଛାତ୍ର ଅନୁପସ୍ଥିତ ରହିଥିଲେ । ଡାବୁଗାଁ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ କେନ୍ଦ୍ର ରେ ମୋଟ  ୩୨୩ ଜଣ ପିଲା ପଞ୍ଜୀକୃତ କରିଥିବା ବେଳେ ଏଥୁରୁ ୩୦୨ ଜଣ ପରୀକ୍ଷା ଦେଇଥିବା ବେଳେ ୨୧ ଜଣ ପିଲା ଅନୁପସ୍ଥିତ ସ୍ଥିତ ରହିଛନ୍ତି । ଏଥ୍‌ରେ ସୁପରିଟେଣ୍ଡେଣ୍ଟ ଭାବେ ପ୍ରଧାନ ଶିକ୍ଷକ ପ୍ରଭାସ ଚନ୍ଦ୍ର ରୟ, ଡେପୁଟି ସୁପରିଟେଣ୍ଡେଣ୍ଟ ମଧୁସ୍ମିତା ନାୟକ ଓ ସନୋଜ କୁମାର ମହାପାତ୍ର ଏବଂ ୧୭ ଜଣ ଇନିଭିଜିଲେଟର ପରୀକ୍ଷା ଦାୟିତ୍ବରେ ରହିଛନ୍ତି । ଡାବୁଗାଁ ସରକାରୀ (ଏସ୍ଏସ୍ ଡି) ବାଳିକା ଉଚ୍ଚ ମାଧ୍ଯମିକ ବିଦ୍ୟାଳୟରେ ମୋଟ ୩୦୧ ଛାତ୍ରୀଛାତ୍ର ଙ୍କ ମଧ୍ୟରୁ ୨୯୮ ଜଣ ପରୀକ୍ଷା ଦେଇଥ‌ିବା ବେଳେ ୩ ଜଣ ଅନୁପସ୍ଥିତ ଅଛନ୍ତି । ସୁପରିଟେଣ୍ଡେଣ୍ଟ ଭାବେ ଆରତୀ ବିଶୋୟୀ, ଡେପୁଟି ସୁପରିଟେଣ୍ଡେଣ୍ଟ ମହେଶ୍ବର ନାଥ ଓ ସୁପ୍ରିୟା ମହାଙ୍କୁଡ ଏବଂ ୨୨ ଜଣ ଇନିଭିଜିଲେ ଇନିଭିଜିଲେଟର ରହିଛନ୍ତି ।

ବୋରିଗାଁ ସରକାରୀ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟରେ ୨୭୫ ପିଲାଙ୍କ ମଧ୍ୟରୁ ୨୫୪ ଜଣ ପରୀକ୍ଷା ଦେଇଥିବା ବେଳେ ୨୧ ଜଣ ଅନୁପସ୍ଥିତ ଅଛନ୍ତି । ଏଠାରେ ସୁପରିଟେଣ୍ଡେଣ୍ଟ କେଶବ ଗୌଡ, ଡେପୁଟି ସୁପରିଟେଣ୍ଡେଣ୍ଟ ମଥୁରାନନ୍ଦ ରାଉତ ଓ ୨୧ ଇନିଭିଜିଲେଟର ରହିଛନ୍ତି । ।ବଡଓଲମା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ୧୬୨ ପିଲାଙ୍କ ମଧ୍ୟରୁ ୧୬୦ ଜଣ ଦେଇଥ‌ିବା ବେଳେ ୨ ଜଣ ଅନୁପସ୍ଥିତ ଥିଲେ ସୁପରିଟେଣ୍ଡେଣ୍ଟ ଗୌତମ ଦାଶ, ଡେପୁଟି ସୁପରିଟେଣ୍ଡେଣ୍ଟ ଅସିତ ପଣ୍ଡା ଓ ୧୩ ଜଣ ଇନିଭିଜିଲେଟର ପରୀକ୍ଷା ଦାୟିତ୍ବରେ  ରହିଛନ୍ତି । ମେଦନା ସରକାରୀ ଉଚ୍ଚ ବିଦ୍ୟାଳୟରେ ୧୪୬ ପିଲାଙ୍କ ମଧ୍ୟରୁ ୧୪୩ ଜଣପରୀକ୍ଷା ଦେଇଥିବା ବେଳେ ୩ ଜଣ ଅନୁପସ୍ଥିତ ଥିଲେ । ସୁପରିଟେଣ୍ଡେଣ୍ଟ ଡମ୍ବରୁଧର ଦାଶ, ଡେପୁଟି ସୁପରିଟେଣ୍ଡେଣ୍ଟ କୃଷ୍ଣଚନ୍ଦ୍ର ପାତ୍ର ଓ ୬ ଜଣ ଇନିଭିଜିଲେଟର ଟର ପରୀକ୍ଷା ଦାୟିତ୍ବରେ ରହିଛନ୍ତି । ଜବାଗୁଡା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ୨୩୩ ପିଲାଙ୍କ ମଧ୍ୟରୁ ୨୩୨ ଜଣପରୀକ୍ଷା ରୀକ୍ଷା ଦେଇଥ‌ିବା ବେଳେ ୧ ଜଣ ଅନୁପସ୍ଥିତ ଥିଲେ । ସୁପରିଟେଣ୍ଡେଣ୍ଟ ପ୍ରଫୁଲ୍ଲ ଗିରି, ଡେପୁଟି ସୁପରିଟେଣ୍ଡେଣ୍ଟ ପ୍ରଦୀପ  ବରାଳ ଓ ୧୫ ଜଣ ଇନିଭିଜିଲେଟର ପରୀକ୍ଷା ଦାୟିତ୍ବରେ ରହିଥିଲେ। ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର

Comments
Loading...