ଡାବୁଗାଁ ସାମ୍ବାଦିକ ସଂଘର ବନ୍ଧୁ ମିଳନ

ଡାବୁଗାଁ, ୭/୩ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ସ୍ଥିତ ଦଶମୁଣ୍ଡିଆ ମନ୍ଦିର ନିକଟରେ ଡାବୁଗାଁ ସାମ୍ବାଦିକ ସଂଘର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ସଂଘର ବରିଷ୍ଠ ସାମ୍ବାଦିକ ରବିନାରାୟଣ ମହାନ୍ତି ଙ୍କ ଅଧ୍ୟକ୍ଷତାରେ ରବିବାର ଅନୁଷ୍ଠିତ ହୋଇଯାଇଛି | ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ନଳିନୀ ରଞ୍ଜନ ମିଶ୍ର, କୃଷ୍ଣ ପ୍ରସାଦ ପଟ୍ଟନାୟକ, ସୁଶାନ୍ତ ବେହେରା ପ୍ରମୁଖ ଯୋଗ ଦେଇ ସାମ୍ବାଦିକ ସଂଘରେ ଯୋଗ ଦେଇଥିବା ନୂତନ ସାମ୍ବାଦିକ ମାନଙ୍କୁ ପ୍ରେରଣା ଦେଇଥିଲେ | ଏଥିରେ ଆଇନ ପରାମର୍ଶ ଭାବେ ଜୟନ୍ତ କୁମାର ପାତ୍ର, ପ୍ରକାଶ ଚନ୍ଦ୍ର ପଣ୍ଡା ଓ ସୁରେନ୍ଦ୍ର କୁମାର ମିଶ୍ର ଙ୍କୁ ଚୟନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା | ପରେ ସଂଘରେ ନୂତନ ଭାବେ ଯୋଗ ଦେଇଥିବା ସାମ୍ବାଦିକ ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧିତ କରଯାଇଥିଲା | ଏଥିରେ ଜି॰ ବିନୋଦ କୁମାର, ସିଦ୍ଧାର୍ଥ ମହାନ୍ତି, କୃଷ୍ଣ ଚନ୍ଦ୍ର ଭତ୍ରା, ପଦମସିଂ ଭତ୍ରା, ଜଗନ୍ନାଥ ବିଶୋୟୀ, ବିଷ୍ଣୁ ପାତ୍ର, ଯଶୋବନ୍ତ ପରିଚ୍ଛା ପ୍ରମୁଖ ନୂତନ ଭାବେ ସଂଘରେ ଯୋଗ ଦେଇଥିଲେ | ଏହି କାର୍ଯ୍ୟକ୍ରମ ସଂଘ ସଭାପତି ପ୍ରଜ୍ଞାରଞ୍ଜନ ପରିଡା, ସମ୍ପାଦକ ମିହିର ଶଙ୍କର ପାତ୍ର, ସହ ସମ୍ପାଦକ ଗଗନ ଗନ୍ତାୟତ, ଗଣେଶ ଚନ୍ଦ୍ର ଛତ୍ର, ରଞ୍ଜନ ସାମଲ, କହ୍ନେଇଲାଲ ଗୁପ୍ତା, ପ୍ରସାଦ ସିଂ, ତରଣୀସେନ ଜେନା,ଶିଵଶକ୍ତି ରାୟ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ | ଏହି କାର୍ଯ୍ୟକ୍ରମକୁ ସଂଘ ର କୋଷାଧ୍ୟକ୍ଷ ସୁଶାନ୍ତ କୁମାର ପଣ୍ଡା ପରିଚାଳନା କରିଥିଲେ |

ମିହିର ଶଙ୍କର ପାତ୍ର

— ଜିଲ୍ଲା ସମ୍ବାଦଦାତା – ନବରଙ୍ଗପୁର

Comments
Loading...