ସରକାରୀ ଯନ୍ତ୍ରୀ ଏବଂ ଠିକାଦାରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ମେଟ ଓ ଗ୍ରାମବାସୀ

ନବରଙ୍ଗପୁର ଜିଲ୍ଲା’- ସରକାରୀ ଯନ୍ତ୍ରୀ ଏବଂ ଠିକାଦାରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ମେଟ ଓ ଗ୍ରାମବାସୀ ।ସବୁ ଜାଣିଶୁଣି ଟଙ୍କା ଲୋଭରେ ଠିକାଦାର ଙ୍କୁ ସହଯୋଗ କରି ଆସୁଥିବା ଅଧିକାରୀଙ୍କୁ ଲୋକଙ୍କ ଅଭିଯୋଗ ଦେଖାଯିବ ବା କେମିତି ବଳି ଅଭିଯୋଗ କରିଛନ୍ତି ଗ୍ରାମବାସୀ ମାନେ l ଦୁର୍ନୀତି ରେ ଲଟପଟ ଝରୀଗାଁ ବ୍ଲକ ରେ ଏଭଳି ଘଟଣା ବାରମ୍ବାର ଦେଖିବାକୁ ମିଳୁଛି ।ପ୍ରଥମେ ସ୍ୱଚ୍ଛ ଭାରତ ମିଶନର ଲେଟ୍ରିଙ୍ଗ ଘୋଟଲା ଏବେ ମନରେଗା ଯୋଜନା ରେ ରାସ୍ତାକାମ । କର୍ମରୀ ଗ୍ରାମର ଗ୍ରାମବାସୀ ଏବଂ ମେଟ କହିବା ପ୍ରକାରେ JE ଙ୍କ ଉପସ୍ଥିତିରେ ହୋଇଥିବା ଏହି ନିମ୍ନମାନର କାମ ପାଇଁ ଦାୟୀ କିଏ?? । ଠିକାଦାରଙ୍କ ସହ ସଲାସୂତରl ହୋଇ ସରକାରୀ ଯନ୍ତ୍ରୀ ଜୋର ଜବରଦସ୍ତ ପଞ୍ଚାୟତ କାର୍ଯ୍ୟାଳୟ କୁ ଡକାଯାଇ ମେଟ ଙ୍କୁ ଡରେଇ ଧମକେଇ ଦସ୍ତଖତ ନେଇଥିବା କହୁଛନ୍ତି ମେଟ ଏବଂ ଗ୍ରାମବାସୀ ।ଏଥିରୁ ସ୍ୱଷ୍ଟ ଜଣା ପଡୁଛି ଝରୀଗାଁ ବ୍ଲକ କେଉଁ ସ୍ଥିତି ଦେଇ ଗତିକରୁଛି ତାହା ଚିନ୍ତାର ବିଷୟ ହୋଇପଡିଛି l ଗାଁ ର ସ୍ଥିତି ଯେଉଁ ଭଳି ଗାଁ ମୁଣ୍ଡରୁ ଜଣାପଡ଼ିଥାଏ ଠିକ ସେହିଭଳି ଏଠି ପ୍ରାରମ୍ଭରୁ ଦୁର୍ନୀତିର ଗନ୍ଧ ବାରିହୋଇ ପଡ଼ିଛି l ମନରେଗା ଯୋଜନାରେ କାମ ହେବା ଆଗରୁ ସୂଚନା ଫଳକ ଟିଏ ନିର୍ମାଣ କରାଯାଇ ସେଥିରେ କାମର କୋଡ଼ ନମ୍ବର ଠାରୁ ଆରମ୍ଭ କରି ଯୋଗାଯୋଗ ନମ୍ବର ପର୍ୟ୍ଯନ୍ତ ଦିଆଯିବା କଥା ହେଲେ ଏଠି ଯୋଜନା ଆଉ ଅଟକଳ ବ୍ୟତୀତ କୌଣସି ତଥ୍ୟ ଲେଖା ଯାଇନାହିଁ l କାମ କଥା ନ କହିବା ଭଲ ।ବେଲଗାଁ ଗ୍ରାମ ପଞ୍ଚାୟତ ଏକ ଆଦର୍ଶ ଗ୍ରାମପଞ୍ଚାୟତ ହୋଇଥିବା ବେଳେ ଏଭଳି ଅନାଦର୍ଶ କାର୍ଯ୍ୟ କରି ଏହାର ଧଜିଆ ଉଡାଉଛନ୍ତି ଅଧିକାରୀ l ମନରେଗା ଲୋକଙ୍କୁ କାମ ଯୋଗେଇ ଦେବାଲାଗି କିନ୍ତୁ ଏଠି ନା ଲୋକେ କାମ ପାଇଛନ୍ତି ନା ଭଲରେ ରାସ୍ତା ଟିଏ ନିର୍ମାଣ ହୋଇଛି l ରାସ୍ତାରେ ମେଟାଲ ମୂରୁମ କେବଳ ନାମକୁ ମାତ୍ର ପତଳାରେ ବିଛେଇ ଦେଇଛନ୍ତି, ରାସ୍ତା ଯେଉଁ ଖାଲ ଢିପ କୁ ସେମିତି ରହିଛି l ଏଠି ଠିକାଦାର ଙ୍କ ସ୍ୱାର୍ଥ କୁ ଦୁଷ୍ଟିରେ ରଖି ସରକାରୀ ଟଙ୍କା ଖର୍ଚ୍ଚ କରାଯାଉଛି କି ଲୋକଙ୍କ ସ୍ୱାର୍ଥ ଲାଗି ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି lକାରଣ ସରକାରୀ ପଇସାରେ ଠେକଦାର ଏବଂ ଯନ୍ତ୍ରୀ ମାଲାମାଲ ହେଉଛନ୍ତି ।ଯାହାର ଭିଜିଲାନ୍ସ ତଦନ୍ତ ହେବାକଥା ତଦନ୍ତ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି ଗ୍ରାମବାସୀ l

Comments
Loading...