ନବରଙ୍ଗପୁର ଜିଲ୍ଲାରୁ ହଟିଲା ନାଇଟ କର୍ଫ୍ୟୁ

ନବରଙ୍ଗପୁର-ନବରଙ୍ଗପୁର ଜିଲ୍ଲାରୁ ହଟିଲା ନାଇଟ କର୍ଫ୍ୟୁ। ଏ ସମ୍ବନ୍ଧରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି । ଗତ ୨୫ ତାରିଖରୁ ଜିଲ୍ଲାରେ ରାତ୍ରି ୮ ଟା ରୁ ସକାଳ ୬ ଟା ପର୍ଯ୍ୟନ୍ତ ରାତ୍ରି କାଳୀନ କର୍ଫ୍ୟୁ ଜାରୀ କରାଯାଇଥିଲା।ଗତ କିଛି ଦିନ ହେବ ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖୀ ରାଜ୍ୟ ସରକାରଙ୍କଠୁ ଜିଲ୍ଲା ପ୍ରଶାସନ ସତର୍କ ହୋଇ ଉଠିଛନ୍ତି । ରାଜ୍ୟରେ ମାଲକାନଗିରି ପରେ ନବରଙ୍ଗପୁରରେ ନାଇଟ୍ କଫୁ ଲାଗୁ ହୋଇଛି । ଗୁରୁବାର ଠାରୁ ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ୍ କହିଂ ଜାରି ରହିବ । ଏନେଇ ନବଙ୍ଗପୁର ଜିଲ୍ଲାପାଳ ବୁଧବାର ଘୋଷଣା କରିଛନ୍ତି । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି କଟକଣା ଲାଗୁ ରହିବ ବୋଲି ବିଜ୍ଞପ୍ତିରେ କୁହାଯାଇଥିଲା ।

Comments
Loading...