ଆମାଗୀ ଦିନରେ ଚାଷୀଙ୍କ ପାଇଁ କାଳ ହେବ ନିଳଗିରି ଚାଷ

ନବରଙ୍ଗପୁର ଜିଲ୍ଲା (ଡ଼ାବୁଗାଁ ବ୍ଲକ) :- ଡ଼ାଗୁଗାଁ ଅଞ୍ଚଳରେ ଦିନକୁ ଦିନ ଚାଷୀମାନଙ୍କ ନିଳଗିରି ଚାଷ ପାଇଁ ଆଗ୍ରହ ବଢୁଛି । କିନ୍ତୁ ଆମାଗୀ ଦିନରେ ଜଳସ୍ତର ହ୍ରାସର ମୁଖ୍ୟ କାରଣ ହେବ ନିଳଗିରି ଚାଷ । ଯେଉଁ ଯେଉଁ ସ୍ଥାନ ମାନଙ୍କରେ ନିଳଗିରି ଚାଷ କରାଯାଉଛି ସେଠାରେ ରେ ରେ ଜଳସ୍ତର କମିବାକୁ ଲାଗିଲାଣି । ନିଳଗିରି ଚାଷ ଯୋଗୁଁ ଅଧିକାଂଶ ଜମି ଏବେ ପଡ଼ିଆ ପଡ଼ୁଛି । କାରଣ ଯେଉଁ ସ୍ଥାନ ଗୁଡ଼ିକରେ ନିଳଗିରି ଚାଷ ହେଉଛି ସେଠାରେ ବା ଆଖପାଖ ସ୍ଥାନରେ ୩୦ / ୪୦ ଫୁଟ ଖୋଳିଲେ ମଧ୍ୟ ଜଳ ସେଠାରେ ବାହାରୁନି । ଯଦି ଏଭଳି ପରିସ୍ଥିତି ହେବ ତେବେ ଆଗାମୀ ୧୦ ବର୍ଷ ମଧ୍ୟରେ ଏହି ଅଞ୍ଚଳରେ ମଧ୍ୟ ପାଣିର ସମସ୍ୟା ଦେଖାଦେବ, ବାହାର ବ୍ୟବସାୟୀ ମାନେ ଆସି ସ୍ଥାନୀୟ ଚାଷୀଙ୍କୁ ପ୍ରଲୋଭନ ଦେଖାଉ ଛନ୍ତି । ଟଙ୍କା ଲୋଭରେ ଚାଷୀମାନେ ନିଜ ନିଜ ଜମିକୁ ଲିଜ ଦେଇ ଦେଉଛନ୍ତି । ଏହି ଗଛ ଗୁଡ଼ିକ ମଟିରୁ ପ୍ରଚୁର ପରିମାଣରେ ପଣି ଶୋଷୁଥିବା ବେଳେ ମାଟିର ଉର୍ବରତା ମଧ୍ୟ ହ୍ରାସ ପାଉଛି ।

୨୦ ବର୍ଷ ପୂର୍ବେ ହି ଅଞ୍ଚଳରେ ଛୋଟ ଛୋଟ ନଳ କିମ୍ବା ଝରଣା ଗୁଡ଼ିକ ଦେଖିବାକୁ ମିଳୁଥିବା କିନ୍ତୁ ବର୍ତ୍ତମାନ ସେସବୁ ଆଉ ଦେଖାଯାଉ ନାହିଁ , କିମ୍ବା ପାଣିର ସମସ୍ୟା ଯୋଗୁଁ ଆଗ ଭଳି ଖରାଦିନେ ପନିପରିବା ଚାଷ ମଧ୍ୟ ହେଉ ନାହିଁ । ସରକାରୀ ସର୍ଭେରୁ ସୂଚନା ମିଳୁଛି ଗୋଟିଏ ନିଳଗିରି ଗଛ ପ୍ରତିଦିନ ମାଟିତଳୁ ୧୫୦ / ୨୦୦ଲିଟର ପର୍ଯ୍ୟନ୍ତ ଜଳ ଶୋଷୁଛି । ଏଥି ପାଇଁ ଆଜିକାଲି ୨୦୦ / ୩୦୦ ଫୁଟ ଖୋଳିଲେ ମଧ୍ୟ ନଳକୂପରୁ ପଣି ବାହାରୁଛି । କିନ୍ତୁ ୨୦ ବର୍ଷ ତଳେ ଏଭଳି ପରିସ୍ଥିତି ନଥିଲା । ଲାଭ ପାଇଁ ଏହି ଅଞ୍ଚଳର ଚାଷୀମାନେ ନିଳଗିରି ଚାଷ ଉପରେ ପ୍ରଧାନ୍ୟ ଦେଉଥିବାରୁ ତାହା ଏବେ ଭବିଷ୍ୟତ ପାଇଁ କାଳ ହେବ । ସେଥିରେ ଦ୍ବିମତ ହେବାର ନାହିଁ ବୋଲି ବୁଦ୍ଧିଜୀବୀ ମାନେ କହୁଛନ୍ତି । ଜଳ ସଙ୍କଟରୁ ମୁକ୍ତି ପାଇବାକୁ ହେଲେ ଏହି ନିଳଗିରି ଚାଷକୁ ନିବୃତ ହେବାକୁ ପଡ଼ିବ ବୋଲି ମଧ୍ୟ ଆଲୋଚନା କରୁଛନ୍ତି ।

Comments
Loading...