ଦୁର୍ଘଟଣାରେ ୧ ଆହତ, ଉଦ୍ଧାର କଲେ ସାମ୍ବାଦିକ ଓ ଆରଟିଓ

 
କୋଶଲ ନ୍ୟୁଜ୍ ବ୍ୟୁରୋ : ଡାବୁଗାଁ, ୧୬/୨ ନବରଙ୍ଗପୁର ଜିଲା ଡାବୁଗାଁ ସଦରମହକୁମା ସ୍ଥିତ ବନାଞ୍ଚଳ କାର୍ଯ୍ୟ|ଳୟ (କେନ୍ଦୁପତ୍ର) ସମ୍ମୁଖରେ ସୋମବାର ସନ୍ଧ୍ୟାରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଆହତ | ସୂଚନାଯୋଗ୍ୟ:- ଏକ ଅଜଣା ଗାଡି ଧକ୍କାରେ ଜଣେ ଯୁବକ ଆହତ ହୋଇ ରାସ୍ତା କଡରେ ପଡି ରହିଥିଲା | ଏହି ସମୟରେ ଡାବୁଗାଁ ସାମ୍ବାଦିକ ସୁଶାନ୍ତ କୁମାର ପଣ୍ଡା ସେହି ରାସ୍ତା ଦେଇ ଯାଉଥିଲେ ।

 ଆହତଙ୍କୁ ଦେଖି ସେ ସେଠାରେ ରହିଥିଲେ ପରେ ଚିକିତ୍ସାଳୟ ନେବାପାଇଁ ଚେଷ୍ଟା କରିଥିଲେ ସେହିସମୟରେ ନବରଙ୍ଗପୁର ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ବିଭୁ ରଞ୍ଜନ ନାୟକ ଡାବୁଗାଁ ଥାନାରେ କୌଣସି କାର୍ଯ୍ୟ ଶେଷ କରି ଫେରୁଥିବା ବେଳେ ସାମ୍ବାଦିକ ଆହତ ଲୋକ କୁ ଉଠାଉଥିବା ଅବସ୍ଥାରେ ଦେଖିଥିଲେ | ସେହି ସମୟରେ ଗାଡି ଅଟକାଇ ଆହତ ଯୁବକଙ୍କୁ ଉଦ୍ଧାର କରି ନିଜ ସରକାରୀ ଗାଡିରେ ନେଇ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ଉକ୍ତ ଯୁବକ ଜଣକ ହେଲେ ଝରିଗାଁ ବ୍ଲକ ପୁପୁଗାଁ ପଞ୍ଚାୟତ ଅଧୀନ ଚୁଇଁମାଟିଗୁଡା ଗ୍ରାମର ଖଗ ଗୌଡ (୩୫) ବୋଲି ଜଣାପଡିଛି | ନବରଙ୍ଗପୁର ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ନାୟକ ଓ କର୍ମଚାରୀ ସୂର୍ଯ୍ୟନାରାୟଣ ବେହେରା, ଦିଲୀପ ନାୟକ ସହାୟତାର ହାତ ବଢାଇ ଆହତ ଙ୍କୁ ସାହାଯ୍ୟ କରିଥିବା ଓ ସାମ୍ବାଦିକ ଙ୍କ ଏହି ମହତକାର୍ଯ୍ୟ କୁ ଜନସାଧାରଣ ପ୍ରଶଂସା କରିଛନ୍ତି । ସାମ୍ବାଦିକ ଙ୍କ ଏପରି କାର୍ଯ୍ୟ କୁ ଡାବୁଗାଁ ସାମ୍ବାଦିକ ସଙ୍ଘ ତରଫରୁ ପ୍ରଶଂସା କରାଯାଇଛି । 
Comments
Loading...