ସାଇବର ଠକେଇର ଶୀକାର ହେଲେ କେରାଟି ସ୍କୁଲର ପ୍ରିନ୍ସିପାଲ

ନବରଙ୍ଗପୁର : ଦିନକୁ ଦିନ ନବରଙ୍ଗପୁର ଜିଲ୍ଲାର ଜନସାଧାରଣ ଗୋଟିଏ ପରେ ଗୋଟିଏ ସାଇବାର ଠକାମିର ଶିକାର ହୋଇଚାଲିଛନ୍ତି । ସୂଚନା ଅନୁସାରେ ନବରଙ୍ଗପୁର ସ୍ଥିତ ଏସିଆନ କେରା ସ୍କୁଲର ପ୍ରିନ୍ସିପାଲ ଶରତ କୁମାର ରାଉତ ଅନଲାଇନ ଠକାମୀର ଶୀକାର ହୋଇଥିବାକୁ ନେଇ ନବରଙ୍ଗପୁର ଥାନାରେ ମାମଲା ଦାୟର କରିଛନ୍ତି । ଗତ ୧୫ ତାରିଖରେ ଶ୍ରୀ ଶରତ ରାଉତ ଅନଲାଇନରେ ତାଙ୍କର ସ୍କୁଲ ପାଇଁ ଖେଳ ସାମଗ୍ରୀ କିଣି ଥିଲେ । ଫଳରେ ସେ ଏକ ବ୍ୟବସାୟୀଙ୍କ ନମ୍ବର ପାଇଥିଲେ ଓ ହ୍ବାଟସଆପ ଯୋଗେ କିଛି ସାମଗ୍ରୀର ଚୟନ କରିଥିଲେ । ଉକ୍ତ ସାମଗ୍ରୀର ସମଗ୍ର ମୂଲ୍ୟ ୪୪ , ୫୦୦ ଟଙ୍କା ଅଗ୍ରୀମ ଜମା କରିବା ପାଇଁ ଠକ ତାଙ୍କ ମ୍ୟାନେଜରର ଫୋନ ପେ ର ନମ୍ବର ୯୦୦୦୩୭୩୭୯୪ ଦେଇ ଟଙ୍କା କାରବାର କରିବା ପାଇକହିଥିଲେ । ୧୫ ତାରିଖ ଦିନ ହିଁ ଶ୍ରୀରାଉତ ୪୪ , ୫୦୦ଟଙ୍କା ଜମା କରିଥିଲେ । ପୁନର୍ବାର ସେଇ । ଠକକୁ । ନମ୍ବର ୯୫୦ ୨୭୯ ୨୨୬୯ ଯୋଗେ ଫୋନ ଆସିଥିଲା । କୋରିଅର ଚାର୍ଜ ବାବଦକୁ ଅତିରିକ୍ତ ୫୫୦୦ ଟଙ୍କା ପଠେଇଲେ। ଶ୍ରୀ ରାଉତ ସେହିଦିନ ହିଁ ୫୫୦୦ ଟଙ୍କା ଜମା କରିଥିଲେ । ତାର କିଛିଦିନ ପରେ ଠକ ମୁକେଶ କୁମାର ଗୌତମ ତାର ଏକ ଆଧାରକାର୍ଡ ପଠାଇ ବିଶ୍ୱାସ ଜନ୍ମାଇଥିଲା । ପରବର୍ତ୍ତୀ ସମୟରେ ବାରମ୍ବାର ଫୋନ କରିବା । ସତ୍ବ ଠକ ଜଣକ ନା ଫୋନ ଉଠାଇଲା ନା ସାମଗ୍ରୀ ପଠାଇଲା । ପରବର୍ତୀ ସମୟରେ ତାଙ୍କସମ୍ପର୍କୀୟ ଭାଇଙ୍କୁ ଫୋନ କରିବା ପରେଫୋନ ଉଠାଇ କହିଲା ଜୋକର ନା ହେ କରଲେ ମୁଝେ ଓଡିଶା ପୋଲିସ କୁଛ୍ ନେହିଁ କର ପାଏଗା ବୋଲି କହି ଫୋନ କାଟିଦେଇଥିଲା । ନିରୁପାୟ ହୋଇ ଶ୍ରୀରାଉତ ଗତକାଲି ନବରଙ୍ଗପୁର ଥାନାରେ ପ୍ରମାଣ ସହିତ ଏକ ଲିଖିତ ଏତଲା ଅତିରିକ୍ତ ଆଇ ଆଇସି ପ୍ରମିଳାଙ୍କ ନିକଟରେ ଅଭିଯୋଗ ଦାୟର କରିଛନ୍ତି । ଫଳରେ ପୋଲିସ ପ୍ରଶାସନ ସାଇବର ସେଲ ଜରିଆରେ ଅନଲାଇନ ଠକକୁ ଧରିବାରେ ସଫଳ ହେଲେ ସାଇବାର ଠକାମୀର ଲଗାମଲାଗି ପାରିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚଚାଲିଛି । ଦେଖିବାକୁ ରହିଲା ପୋଲିସ ବିଭାଗ ସାଇବର ଠକକୁ ଠାବ କରିବାରେ କେବେ ସଫଳ ହେଉଛନ୍ତି ।

Comments
Loading...