ଡାବୁଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆରଓ ପ୍ଳାଣ୍ଟ ଉଦଘାଟିତ

ଡାବୁଗାଁ, ୩/୪ :- ନବରଙ୍ଗପୁର ଜିଲା ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଆର ଓ ପ୍ଳାଣ୍ଟ ଶନିବାର ଅପରାହ୍ନରେ ଉଦଘାଟିତ ହୋଇ ଯାଇଛି | ରାଜ୍ୟସଭା ସାଂସଦ ମୁଜିବୁଲ୍ଲା ଖାନ (ମୁନା ଖାନ) ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆର ଓ ପ୍ଳାଣ୍ଟକୁ ଉଦଘାଟନ କରିଥିଲେ | ସାଂସଦ ପ୍ରତିନିଧି ଏମ୍॰ ଆପ୍ପା ରାଓ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା॰ ସୁଭାଶିଷ ସାହୁ, ଫର୍ମାଶିଷ୍ଟ ଦେବେନ୍ଦ୍ର କୁମାର ନାୟକ, ବିପିଓ ପୀତବାସ ଗାହାଣ, ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ମାନସ ନାରାୟଣ ସାହୁ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ବିଧାୟକ ପ୍ରତିନିଧି ଏମ୍॰ ବୁଲୁ ରାଓ ଏବଂ ମେଡିକାଲ କର୍ମଚାରୀ, ବିଜେଡି ର କର୍ମୀମାନେ ଉପସ୍ଥିତ ଥିଲେ |

Comments
Loading...