ଝରିଗାଁ ବ୍ଲକରେ ଶିଵଶକ୍ତି ଅଟୋ ସଂଘର ବୈଠକ

ନବରଙ୍ଗପୁର :-ଝରିଗାଁ ବ୍ଲକରେ ଶିଵଶକ୍ତି ଅଟ ସଂଘର ଏକ ବୈଠକ ଅନୁଷ୍ଠିତ ହଇଯାଇଛି । ରବିବାର ଦିନ କଂଗ୍ରା ହାଟପଦା ଠାରେ ।ଏହି ବୈଠକରେ ୭୦ ଜଣରୁ ଉର୍ଦ୍ଧ ଅଟୋ ଚାଳକ ଯୋଗ ଦେଇଥିଲେ ।୩ ଟି ପଞ୍ଚ୍ୟାୟତ କୁ ନେଇ ଚଚ଼ା, ଚକଲା ପଦର୍, ବଡଟେମରା ଗଠିତ ଏହି ଅଟ ସଂଘରେ ସଭାପତି ମନବୋଧ ନାୟକ, ସମ୍ପଦକ ନାରାୟଣ ଏବଂ କିସର ପୂଜାରୀ ଓ ଅନେକ ଅଟ ଚାଳକ ଭାଇ ମାନେ ଉପସ୍ଥିତ ଥିଲେ ।ଏହି ସଂଘରେ ଅଟ ଏବଂ ଅଟ ଚାଳକ ଭାଇ ମାନଙ୍କ ବିଭିନ୍ନ ସମସ୍ୟା ବିଷୟରେ ଆଲଚନା କରାଯାଇଥିଲା । ଏବଂ ଆଗାମୀ ଦିନରେ ଅଟ ମାଲିକ ଏବଂ ଚାଳକ ଭାଇମାନେ କିଭଳି ସରକାରଙ୍କ ସବୁ ସୁବିଧା ସୁଯଗ ପାଇ ପାରିବେ ସେ ବିଷୟରେ ଆଲଚନା ହେଲା । ଏଭଳି ଉତ୍ତମ ପଦକ୍ଷେପ ନେଇ ଥିବାରୁ ଡାବୁଗାଁ ଜୟ ଭାରତ ଅଟ ମାଲିକ ସଂଘର ସଭାପତି ମିହିର ଶଙ୍କର ପାତ୍ର ଏବଂ ସମ୍ପାଦକ ଗଗନ ଗନ୍ତାୟତ ସ୍ୱାଗତ ଜଣାଇ ଛନ୍ତି ।

ଆଗାମୀ ଦିନରେ ନବରଙ୍ଗପୁର ଜିଲ୍ଲାର ସବୁ ଓଟ ମାଲିକ ମାନେ ଏବଂ ଚାଳକ ଭାଇମାନେ ଏକତ୍ରିତ ହଇ ନିଜର ହକ ପାଇଁ ଲଡିବୁ ବଳି ଡାବୁଗାଁ ଅଟୋ ମାଲିକ ସଂଘର ସଭାପତି ମିହିର ପାତ୍ର ମତ ଦେଉଛନ୍ତି ।

Comments
Loading...