ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତାକୁ ନେଇ ଉଦବେଗ ପ୍ରକାଶ କଲେ ପୂର୍ବତନ ସାଂସଦ

ନବରଙ୍ଗପୁର (କୋଶଲ ନ୍ୟୁଜ) ଡାବୁଗାଁ ବିଜେପି ତରଫରୁ ସ୍ଥାନୀୟ ବିଡ଼ିଓଙ୍କ ଜରିଆରେ ମହାମହିମ ରାଜ୍ୟପାଳ ଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ହେଉଥିବା ଅନିୟମିତତା କୁ ବିରୋଧ କରି ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ହେଉଥିବା ବ୍ୟାପକ ଦୁର୍ନୀତି ଓ ପ୍ରଶାସନ ର ପାତର ଅନ୍ତର ନୀତି ହେତୁ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି ନବରଙ୍ଗପୁର ଲୋକସଭା ର ପୂର୍ବତନ ସାଂସଦ ଶ୍ରୀ ପର୍ଶୁରାମ ମାଝୀ। ଏହାର ଆଶୁ ସମାଧାନ ନହେଲେ ବିଜେପି ତରଫରୁ ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନ କରାଯିବ ବୋଲି ସେ ବ୍ୟକ୍ତ କରିଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା ସଭାପତି ଯୋଗଦୀଶ ଚନ୍ଦ୍ର ବିଷୟୀ, ବିଜେପି ର ବରିଷ୍ଠ ନେତା ଜୟନ୍ତ କୁମାର ପାତ୍ର, ପଦ୍ମନ ନାୟକ, କୈଳାସ ପାଣିଗ୍ରାହୀ, ବିଜେପି ଡାବୁଗାଁ ମଣ୍ଡଳ ସଭାପତି ଜେ. ରାଜଶେଖର ରାଓ,ଦିୱାନ ସିଂ, ଡାବୁଗାଁ ମଣ୍ଡଳ ସାଧାରଣ ସଂପାଦକ ମହେଶ ପାତ୍ର, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଚନ୍ଦ୍ରଭାନୁ ନାୟକ, ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସଂପାଦକ ଶୁଭଜିତ୍ ପାଣିଗ୍ରାହୀ, ଡାବୁଗାଁ ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ଓ୍ବାଇ. ରାଜ କୁମାର, ପୂର୍ବତନ ଏସ୍. ସି ମୋର୍ଚ୍ଚା ସଭାପତି ଦୁର୍ଜନ ମିର୍ଗାନ, ରତ୍ନ କଲାର, ଦାମଧର ପ୍ରଧାନ, ସୁନ୍ଦର ଭତ୍ରା, ବୋରିଗାଁ ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ମନବଦ୍ ଭତ୍ରା ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ

Comments
Loading...