ଗାଁ ଗହଳିର ବିକାଶ ପାଇଁ ସରକାର ଦେଉଛନ୍ତି କୋଟି କୋଟି ଟଙ୍କା କିନ୍ତୁ ବ୍ଲକ ପ୍ରଶାସନର ଅବହେଳା ଯୋଗୁଁ ଅଟକି ରହୁଛି କାମ

ନବରଙ୍ଗପୁର :-ଗାଁ ଗହଳିର ଉନ୍ନତି ପାଇଁ ସରକାର ଦେଉଛନ୍ତି କୋଟି କୋଟି ଟଙ୍କା କିନ୍ତୁ ବ୍ଲକ ପ୍ରଶାସନର ଆନ୍ତରିକତା ଆବାହବାରୁ ଅଟକି ରହୁଛି କାମ, ଜବ କାର୍ଡ ଧାରୀ ଶ୍ରମକ ଯାଉଛନ୍ତି ଦାଦନ।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଡାବୁଗାଁ ବ୍ଲକ ଡ଼ଙ୍ଗରିଗୁଡା ପଞ୍ଚାୟତର ପିଡବ୍ଲୁଡି ରାସ୍ତାରୁ ଦଶମୁଣ୍ଡିଆ ରାସ୍ତା ଉନ୍ନତି ଏଵଂ କଲଭଟ ନିର୍ମାଣ ପାଇଁ ମନରେଗା ଯୋଜନରେ ୫ଲକ୍ଷ୍ୟ ଟଙ୍କା ୨୦୨୨/ ୨୩ରେ କୋଡ଼ିଙ୍ଗ ହୋଇ ଦୁଇ ବର୍ଷ ବିତି ଯାଇଥିଲେ ମଧ୍ୟ କେବଳ ସୂଚନା ଫଳକ କାର୍ଯ୍ୟ ଅଟକି ରହିଛି । ଏପଟେ ଜବ କାର୍ଡ ଧାରୀ ଶ୍ରମିକ ମାନେ କାମ ଅଭାବରୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ଜବ କାର୍ଡ ଧାରୀ ଶ୍ରମିକମାନଙ୍କ ଅଭିଯୋଗ ଅନୁଯାୟୀ ଡାବୁଗାଁ ବ୍ଲକରେ ୨୦୨୩/୨୪ ଓ ୨୦ ୨୪/ ୨୫ରେ ମନରେଗା ଯୋଜନାରେ କୌଣସି କାମ ହୋଇନାହିଁ। ଯାହାବି ହେଉଛି ଠିକାଦାର ଏଵଂ ବିଭାଗୀୟ ଅଧିକାରୀ ମାନଙ୍କ ମଧୁଚନ୍ଦ୍ରିକାରେ ଏଵଂ ତାହା ମଧ୍ୟ ମେସିନରେ। ଏହି କାମ ବିଷୟରେ ଡାବୁଗାଁ ଦାୟିତ୍ୱ ରେ ଥିବା ଏପିଓ ବାର୍ନବାସ ନାୟକଙ୍କୁ ପଚାରିବାରୁ ସେ କହିଥିଲେ ଯେ ଏହି କାମରେ ମାଟି କାମରେ 38 ହଜାର ଟଙ୍କା ଖର୍ଚ୍ଚ ହୋଇଛି । କିନ୍ତୁ ସୂଚନା ଥାଉକି ଏହି ରାସ୍ତାରେ ଏଭଳି କଣସି ମାଟି କାମ ହଇ ନାହିଁ।ଅଧିକ ଜାଣିବା ପାଇଁ ଡାବୁଗାଁ ବିଡ଼ିଓ ଶରତ ମାଝୀଙ୍କୁ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲୁ କିନ୍ତୁ ଯୋଗାଯୋଗ ହଇ ପାରିନାହିଁ। ଏଣୁ ଜିଲ୍ଲା ପ୍ରଶାସନ ଯଥା ଶୀଘ୍ର ଏହି କାର୍ଯ୍ୟର କୋଡ଼ିଙ୍ଗ ହୋଇ ଦୁଇ ବର୍ଷ ଅତିକ୍ରାନ୍ତ କରିଥିଲେ ମଧ୍ୟ କାହିଁକି ରାସ୍ତାର ଉନ୍ନତି କରଣ କରାଗଲା ନାହିଁ ତାର କାରଣ ଉଜାଗର କରି ରାସ୍ତା କାମକୁ ଶୀଘ୍ର ଆରମ୍ଭ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର

Comments
Loading...