ଜିରା ନଦୀ କୂଳରେ 420 ବୃକ୍ଷ ରୋପଣ କଲା ୱାଇଲଡ ହାର୍ଟ ସଂଗଠନ

ବରଗଡ (କୋଶଲ ନ୍ୟୁଜ) :କରୋନା ମହାମାରୀ ତାର କାୟା ବିସ୍ତାର କରି ଚାଲିଥିବା ବେଳେ ଅମ୍ଳଜାନ ର ଅଭାବରୁ କାହାକୁ ମରିବାକୁ ଦିଆ ଜୀବନାହିଁ ଏବଂ ବୃକ୍ଷ ହିଁ ଜୀବନ ଗଛ ବଞ୍ଚିଲେ ଆମେ ବଂଚିବା ଏହାକୁ ପାଥେୟ କରି
ଆଗେଇ ଆସିଛି ବରଗଡ ର ଜଣାଶୁଣା ସଂଗଠନ ୱାଇଲ୍ଡ ହାର୍ଟ ସଂଗଠନ l ସଂଗଠନ ର ସଭାପତି ଚନ୍ଦ୍ରଭାନୁ ନାୟକ ଙ୍କ ଆବାହକତ୍ବ ରେ ଏବଂ କର୍ମ କର୍ତ୍ତାଙ୍କ ଉପସ୍ଥିତି ରେ ଆରମ୍ଭ ହୋଇଛି ବୃକ୍ଷ ରୋପଣ ଅଭିଯାନ l ଆଜି ନଦୀପଡା ନିକଟସ୍ଥ ଜିରା ନଦୀ କୂଳରେ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ କୁ ବରଗଡ ର ଭାରତୀୟ ଜନତା ପାର୍ଟି ର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଅଶ୍ଵିନୀ କୁମାର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୃକ୍ଷ ରୋପଣ କରିଥିବା ବେଳେ ୱାଇର୍ଲଡ ହାର୍ଟ ସଂଗଠନ ର ଆଇନ ପରାମର୍ଶ ଦାତା ଆଶୁତୋଷ ରଥ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ ପୂର୍ବ ଦିନ ଭଳି ଆଜି 420ଟି ବୃକ୍ଷ ରୋପଣ କରାଯାଇଛି l ଏଥିସହ ନଦିପଡା ଯୁବଗୋଷ୍ଠୀ ଙ୍କ ଉଦ୍ୟମ ରେ 10ଦିନ ହେଲା ଜିରା ନଦୀ ପଠା ରେ 1000 ଗାତ କରାଯାଇ 580 ଗୋଟି ବୃକ୍ଷ ରୋପଣ କରାଯାଇଛି ଏହି କାର୍ଯ୍ୟକ୍ରମ ର ଦ୍ୱିତୀୟ ଦିନରେ ଆଜି 50 ଗୋଟି ଏବଂ ତୃତୀୟ ଦିନରେ 420 ଗୋଟି ଗଛ ଲଗାଯାଇଛି ୱାଇଲଡ ହାର୍ଟ ର ସଭାପତି ଶ୍ରୀ ଚନ୍ଦ୍ରଭାନୁ ନାଏକ ଙ୍କ ସମେତ ସମ୍ପାଦିକା ସୁନିତି ରଥ,ଶିକ୍ଷକ ଉମାକାନ୍ତ ମହାପାତ୍ର,ଗୌରବ ପ୍ରଧାନ, ଫିରୋଜ ପଧାନ,ରାକେଶ ବିଶି, ସାନ ମେହେର, ଆୟୁଷ୍ପାନ ନାଏକ, ବିଶ୍ୱନାଥ ସାହୁ, ଅଭି ବଛା, ରାକେଶ ବିଶି, ରମେଶ ଧାରୁଆ ପ୍ରମୁଖ ଯୋଗ ବୃକ୍ଷ ରୋପଣ କାଯ୍ୟକ୍ରମ ରେ ଯୋଗଦାନ କରି ବୃଷ ରୋପଣ କରିଥିଲେ। ମହାମାରି କରୋନା ରେ ଅମ୍ଲୟାନ ର ଅସୁବିଧା ହେତୁ ଏହି ପରି କାଯ୍ୟକ୍ରମ କୁ ହାତକୁ ନିଆଯାଇଛି। ଏହା ସହିତ 1000 ଗଛ ରୋପଣ କରାଯାଇ ଛି ବୋଲି ଅନୁଷ୍ଠାନ ର ମହିଳା ପ୍ରମୁଖ ସୁନୀତି ରଥ ଜଣାଇଛନ୍ତି। ଏବଂ ମେସିନ ସାହାର୍ଯ୍ୟ ରେ ଗାତ ଖୋଳି ଗଛ ଗୁଡିକୁ ରୋପଣ କରାଯାଇଥିଲା ଜୀରାନଦୀ କୁଳ ରେ ଆମ୍ବ, ଲିମ୍ବ, ଗମ୍ଭାରୀ, ଚାଖୁଣ୍ଡା, ତେନ୍ତେଲ, ରକ୍ତ ଚନ୍ଦନ,ଜାମୁ, ପଣସ ଆଦି ବୃକ୍ଷ ରୋପଣ କରାଯାଇଥିଲା।

Comments
Loading...