ଡାବୁଗାଁ ବ୍ଲକ ରେ ୧୮ ବର୍ଷ ରୁ ୪୫ ବର୍ଷ ସମସ୍ତଙ୍କୁ ଟୀକାକରଣ ଆରମ୍ଭ କରିବା ନିମନ୍ତେ ଯୁବମୋର୍ଚ୍ଚା ର ଦାବୀ

ନବରଙ୍ଗପୁର :କୋଶଲ ନ୍ୟୁଜ୍ :- (ଡାବୁଗାଁ) ଡାବୁଗାଁ ବ୍ଲକ ରେ 18 ବର୍ଷ ରୁ 45 ବର୍ଷ ସମସ୍ତଙ୍କୁ ଟୀକାକରଣ ଆରମ୍ଭ କରିବା ନିମନ୍ତେ ତହସିଲଦାର ଙ୍କ ଜରିଆରେ ଜ଼ୀଲ୍ଲାପାଳ ଙ୍କୁ ବିଜେପି ଯୁବମୋର୍ଚ୍ଚ ସଭାପତି ରାଜ କୁମାର ଦୋରା ଏକ ଦାବିପତ୍ର ପ୍ରଦାନ କରିଛନ୍ତି।ଏହି କାର୍ଯ୍ୟ କର୍ମ ରେ ବୋରିଗାଁ ଯୁବମୋର୍ଚ୍ଚା ର ମନବୋଧ ଭତରା ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ଗ୍ରାମଅଞ୍ଚଳ ରେ ଟୀକା କରଣ ନେଇ ଭ୍ରମ ସୃଷ୍ଟି କରାଯାଇଛି ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦିଅନ୍ତୁ ବୋଲି ଯୁବମୋର୍ଚ୍ଚା ସଭାପତି ଦାବି କରିଛନ୍ତି। ଯୁବ ମୋର୍ଚ୍ଚା ର ଏହି ପଦକ୍ଷେପ କୁ ଡାବୁଗାଁ ମଣ୍ଡଳ ସଭାପତି ରାଜ ଶେଖର ରାଓ ଓ ବୋରିଗାଁ ମଣ୍ଡଳ ସଭାପତି ଭାଷ୍କର ସୁନା ସ୍ବାଗତ ଜଣାଇଛନ୍ତି। ଏଥି ସହ ଭିନ୍ନ ଏକ ପ୍ରସଂଗ ରେ ବୋରିଗାଁ ମଣ୍ଡଳୀ ର ଯୁବମୋର୍ଚ୍ଚା କୁ ସଶକ୍ତ କରିବି ପାଇଁ ବୋରିଗାଁ ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ବିଶ୍ବନାଥ କଲାର ସହ ଡବୁଗାଁ ବ୍ଲକ ପଦାଧିକାରୀମାନେ ଆଲୋଚନା କରିଛନ୍ତି।

Comments
Loading...