ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ସହିଦ ଙ୍କୁ ଶ୍ରଦ୍ଧାଞ୍ଜଳି

ଉମରକୋଟ- ଉମରକୋଟ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଛତିଶଗଡ଼ ସୁକମା ବିଜାପୁର ସୀମାନ୍ତିତ ଟେକଲଗଡ଼ ଗ୍ରାମ ନିକଟରେ ନକ୍ସଲ ଙ୍କ ଆକ୍ରମଣରେ ନିଜ ଜୀବନ କୁ ଉତ୍ସର୍ଗ କରିଥିବା ବୀର ସହିଦ ଯବାନ ମାନଙ୍କୁ ଉମରକୋଟ ନୂତନ ବସଷ୍ଟାଣ୍ଡ ନିକଟରେ ଥିବା ବାବା ସାହେବ ଡକ୍ଟର ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ନିକଟରେ ପୁଷ୍ପ ମାଲ୍ୟାର୍ପଣ ଓ କ୍ୟାଣ୍ଡେଲ ଜାଳି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେଡ଼ି ସଂଯଜକ ପ୍ରମୋଦ ପାଢ଼ୀ,ଜିଲ୍ଲା ଛାତ୍ର ସଭାପତି ସୁଧାଂଶୁ ଦାସ,ଜିଲ୍ଲା ଛାତ୍ର ଉପ ସଭାପତି ହିମାଂଶୁ ଜେନା, ଉମରକୋଟ ନଗର ସଭାପତି କୈଳାସ ନାୟକ,ବରିଷ୍ଠ ନେତା କାଳୁ ପଣ୍ଡା ,ନଗର ଯୁବ ମନଜ ନାୟକ,ଶଙ୍କର ତୁରୁକ ଓ ସତ୍ୟ ନାରାୟଣ ରାଉତ ଙ୍କ ସହ ବହୁ କର୍ମୀ ଉପସ୍ଥିତି ରହିଥିଲେ।

Comments
Loading...