ଖେଳପଡିଆ କୁ ଅକ୍ତିଆର କରି ଚାଷ କରିବାରୁ ଗ୍ରାମ ବାସୀ ଙ୍କ ବିରୋଧ

ନବରଙ୍ଗପୁର (କୋଶଲ ନ୍ୟୁଜ୍) ଗ୍ରାମରେ ଥିବା ଖେଳ ପଡିଆ କୁ ଜଣେ ବ୍ୟକ୍ତି ଜୋର ଜବରଦସ୍ତି ନିଜ ଅକ୍ତିଆର ରେ ନେଇ ଚାଷ କରିବା ପାଇଁ ହଳ କରୁଥିବା ଦେଖି ଗ୍ରାମବାସୀମାନେ ବିରୋଧ କରିଛନ୍ତି। ଏପରି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ମେଦନା ପଞ୍ଚାୟତ ର ପୂଜାରୀ ଗୁଡା ଠାରେ। ଏହି ପୂଜାରୀ ଗୁଡା ଗ୍ରାମରେ ଏକ ସରକାରୀ ଜମି କୁ ଗ୍ରାମ ବାସୀ ମାନେ ଖେଳ ପଡିଆ ରୁପେ ବହୁ ବର୍ଷରୁ ବ୍ୟବହାର କରୁଛନ୍ତି ଏବଂ ଗତବର୍ଷ କରନା ମହାମାରୀ ପୂର୍ବରୁ ଏହି ଖେଲା ପଡ଼ିଆରେ ଫୁଟବଲ ଟର୍ଣ୍ଣାମେଂଟ ମଧ୍ୟ ହାଇଥିଲା । ମେଦନା ପଞ୍ଚାୟତ ରେ ମାତ୍ର ଗୋଟିଏ ଖେଳ ଷ୍ଟାଡିୟମ ଅଛି। କିନ୍ତୁ ପୂଜାରୀଗୁଡା,ସୋରାଗୁଡା, ଝାଲିଆଗୁଡା ,ଖୁଟବାଇ, ମାଳିଗୁଡା ଏମାନଙ୍କୁ ଖେଳିବା ପାଇଁ ହେଲେ ମେଦନାର ଷ୍ଟାଡିୟମ ପ୍ରାୟ ୮/୧୦ କିଲୋମିଟର ଯିବା ପାଇଁ ପଡ଼ୁଛି। ସେଥିପାଇଁ ଏହି ପାଞ୍ଚ,ଛଅ ଗ୍ରାମ ବାସୀ ଙ୍କ ମିଳିତଉଦ୍ୟମରେ ପୂଜାରୀ ଗୁଡା ଗ୍ରାମ ଠାରେ ଏକ ସରକାରୀ ଜମି କୁ ଖେଳପଡିଆ ରୂପେ ବହୁବର୍ଷରୁ ବ୍ୟବହାର କରି ଆସୁଛନ୍ତି ଗ୍ରାମବାସୀମାନେ। କିନ୍ତୁ ଦୁଃଖର ବିଷୟ ପୂଜାରୀଗୁଡା ଗ୍ରାମର ଚକ୍ର ପୂଜାରୀ ଓ ଭରତ ପୂଜାରୀ ଏଦୁହେଁ ମିଶି ଜୋରଜବରଦସ୍ତ ଏହି ଖେଳ ପଡିଆ କୁ ଅକ୍ତିଆର କରି ଚାଷ କରିବା ପାଇଁ ହୋଳ କରୁଥିବା ସମୟରେ ଗ୍ରାମର କେତେକ ଯୁବକମାନେ ଯାଇ ଖେଳ ପଡିଆ କୁ ଚାଷ କରିବା ପାଇଁ ମନା କରିବାରୁ ଭରତ ଓ ଚକ୍ର ପୂଜାରୀ ଯୁବକ ମାନଙ୍କୁ ଗାଳିଗୁଲଜ କରିବା ସହ ପଡିଆକୁ ଆସିଲେ ତାଙ୍କୁ ମାଡ଼ ମାରିବି ବୋଲି ଧମକ ଦେଇଛନ୍ତି।


ସେଥିପାଇଁ ଗ୍ରାମ ବାସୀ ମାନେ ମିଡ଼ିଆ ଆଗରେ ସ୍ଥାନୀୟ ପ୍ରଶାସନ ପାଖରେ ନିବେଦନ କରିଛନ୍ତି । ପୂଜାରୀଗୁଡାରେ ଥିବା ଖେଳପଡିଆ କୁ କୈାଣସି ଲୋକ ଙ୍କୁ ନ ଦେଇ ପାଞ୍ଚ ଛଅ ଗ୍ରାମର ଲୋକ ମାନେ ଖେଳ ପଡିଆ ରୂପେ ବ୍ୟବହାର କରୁବା ପାଇଁ ଦିଆଯାଉ।ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର

Comments
Loading...