ଗଜିଆଗୁଡା ରାସ୍ତା କାମ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଲେ ଗ୍ରାମବାସୀ

ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଳକ ଦହଣା ପଞ୍ଚାୟତ ଅନ୍ତର୍ଗତ ଗଜିଆଗୁଡା ଠାରେ ଆର ଡି ଵିଭାଗ ତରଫରୁ ପିଚୁ ରାସ୍ତା କାମ କରାଯାଇଥିଲା l ଅଳ୍ପ ଦିନ ମଧ୍ୟ୍ୟରେ ପିଚୁ ଉଠିଯାଇଥିବା ଫଳରେ ଆଉ ଥରେ ପେଚ ଦେବାପାଇଁ ଵିଭାଗ ତରଫରୁ ନିର୍ଦେଶ ହୋଇଥିଲା ତାହା ବି ଠିକ ଭାବେ ପେଚ ଦିଆଯାଇ ନ ଥିବା ଗ୍ରାମ ବାସୀ ମାନେ କହିଛନ୍ତି l ରାସ୍ତା କୁ ସଫା ନ କରି ମାଟି ଉପରେ ପେଚ ଦେଇଥିବା ବେଳେ ରାସ୍ତା କଡ଼ରେ ମାଟି ନ ପକାଇ ଚାଲିଯାଇଥିବା ଅଭିଯୋଗ କରିଛନ୍ତି l ଠିକାଦାରଙ୍କୁ କହିବାରୁ ପେଚ କାମ ଏମିତି ଏକା ହେବ ବୋଲି କହିଥିଲେ l ଆମେ ତୋ ଗରିବ ଆଦିବାସୀ ମାନେ ଆମ କଥା କିଏ ଶୁଣିବ ବର୍ଷା ହେଲେ ଯିବାଆସିବା ପାଇଁ ବହୁତ ଅସୁବିଧା ହେଉଛି ବୋଲି କହିଛନ୍ତି l ବିଭାଗୀୟ ଅଧିକାରୀ କେହି କାମ ଦେଖିବାକୁ ଆସୁ ନାହାନ୍ତି କି କାମ ମାନ ପରୀକ୍ଷା କରାଯାଉ ନାହିଁ l ଜେଣ ତେଣ କାମକରି ଠିକାଦାର ମାନେ ମାଲାମାଲ ହେଉଛନ୍ତି l ଏ ବିଷୟରେ ଆର ଡି ଵିଭାଗ ଜେଇ ଓ ଉପରିସ୍ଥ ଅଧିକାରୀ ଙ୍କୁ ଯୋଗାଯୋଗ କରିବାରୁ ପେଚ କାମ କହି ଫୋନ କାଟି ଦେଇଥିଲେ l ଅଫିସର ଓ ଠିକାଦାର ମଧୁ ଚନ୍ଦ୍ରିକା ଏହି ସବୁ କାମ ଚାଲିଥିବାର ମନେ ହେଉଛି l ଲୋକଙ୍କ ହିତ ପାଇଁ ଆସୁଥିବା କୋଟି କୋଟି ଟଙ୍କା କୁ ଏହି ଭଳି ଆତ୍ମସାତ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି l

Comments
Loading...