କଣ୍ଟାସାରୁ ଗ୍ରାମରେ ସ୍କୁଲ ଗୃହ ନିର୍ମାଣ କେବେ

ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲ ପୁର ପଂଚାୟତ ଅନ୍ତର୍ଗତ କଣ୍ଟାସାରୁ ଗ୍ରାମରେ ସ୍କୁଲର ଦୁଇଟି ଶ୍ରେଣୀ ଗୃହ ସମ୍ପୂର୍ଣ ଭାଙ୍ଗି ଯାଇଥିବା ବେଳେ ନୂତନ ନିର୍ମାଣ ସ୍କୁଲ ଗୃହ ଅସମ୍ପୂର୍ଣ ହୋଇ ପଡିରହିଛି l ସୂଚନା ଅନୁଯାଇ କଣ୍ଟାସାରୁ ଗ୍ରାମରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ 100ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ବିଗତ ବର୍ଷ 2018 ମସିହା ରେ ଝଡ଼ ତଫାନ ଫଳରେ ପାଖ ବଡ଼ ଆମ୍ବ ଗଛ ଟି ଭାଙ୍ଗି ଯାଇଥିଲା ଫଳରେ ତିନଟି ଶ୍ରେଣୀ ଗୃହ ମଧ୍ୟରୁ ଦୁଇଟି ଶ୍ରେଣୀ ଗୃହ ସମ୍ପୂର୍ଣ ଭାଙ୍ଗିଯାଇଥିଲା l ଗ୍ରାମବାସୀ ଓ ସ୍କୁଲ କମିଟି  ଓ  ପ୍ରଧାନ ଶିକ୍ଷକ ଙ୍କ ପ୍ରଚେଷ୍ଟାରେ  6-10-2018 ରେ ଏକ ଲିଖିତ ଅଭିଯୋଗ ପତ୍ର ଗୋଷ୍ଠୀ ଶିକ୍ଷା ଅଧିକାରୀ ପାପଡାହାଣ୍ଡି ଙ୍କ ନିକଟରେ  ପ୍ରଦାନ କରିଥିଲେ l ପରବର୍ତ୍ତୀ ସମୟ ରେ ସ୍କୁଲ ଗୃହ ନିର୍ମାଣ ହେଲା ମାତ୍ର ଗୋଟିଏ ଶ୍ରେଣୀ ଗୃହଓ ଅନ୍ୟଟି ଅସମ୍ପୂର୍ଣ ହୋଇ ପଡିରହିଛି  କରନା ପରି ମହାମାରୀ ସମୟରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପିଲା ଗୋଟିଏ ଶ୍ରେଣୀ ଗୃହରେ ଅଧ୍ୟୟନ କରିବା ଅସମ୍ଭବ ହୋଇପଡିଛି l

ସ୍କୁଲ ପାଚେରୀ ମଧ୍ୟ ଫାଳେ ଅଛି ଆଉ ଫାଳେ ନାହିଁ ଏପଟେ ଗାଇ ଗୋରୁ ଓ  ମଦୁଆଙ୍କ ଆଡାସ୍ଥଳୀ ପାଲଟିଛି ଆଗକୁ ସ୍କୁଲ ଖୋଲିଲେ ଗୋଟିଏ ଶ୍ରେଣୀ ଗୃହରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପିଲା ଏକାଠି ବସିବାକୁ ବାଧ୍ୟ ହେବେ l ଗ୍ରାମ ବାସୀଙ୍କ କହିବାନୁଯାଇ ପଂଚାୟତ ଅଧିକାରୀ ଙ୍କ ଖାମ ଖିଆଲି ମନୋଭାବ ଯୋଗୁଁ ଏପରି ପରିସ୍ଥିତି ଉପୁଜିଥିବା ସେମାନେ, ଯୁଗଳ ନାୟକ, ତୁଲାରାମ ହରିଜନ, ଦୁଲଭ ମାଝୀ, ପର୍ଶୁରାମ ଯାନୀ, ତଫନ ମାଝୀ, ଦଶରୁ ଯାନୀ, ଲଛମା ହରିଜନ, ଗୋମତି ଯାନୀ ଏବଂ ସ୍କୁଲ ର ପ୍ରଧାନ ଶିକ୍ଷକ ପ୍ରମୁଖ ଅଭିଯୋଗ କରିଛନ୍ତି l

ମିହିର ଶଙ୍କର ପାତ୍ର

— ଜିଲ୍ଲା ସମ୍ବାଦଦାତା – ନବରଙ୍ଗପୁର

Comments
Loading...