ପ୍ରେମିକ ବିବାହ କରିବାକୁ ମନା କରିଦେବାରୁ “ସୂଈସାଇଡ ନୋଟ” ଲେଖି ଯୁବତୀର ଆତ୍ମହତ୍ୟା

ନବରଙ୍ଗପୁର:-ଡାବୁଗାଁ ଥାନା ଅଧୀନ ସାନକୋଇଲାରୀ ଗ୍ରାମରେ ଜଣେ ଯୁବତୀ ଆତ୍ମହତ୍ୟା କରିଥିବା ନେଇ ଡାବୁଗାଁ ଥାନାରେ ଅଭିଯୋଗ ହୋଇଛି | ସୂଚନାଯୋଗ୍ୟ:- ସାନକୋଇଲାରୀ ଗ୍ରାମର ଭୈରବସିଂ ମାଝି ଙ୍କ ଝିଅ ଉର୍ମିଳା ମାଝି (୨୫) ନିଜ ଶୟନ କୋଠୋରୀରେ ଦୁଲମ ରେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛି | ଆତ୍ମହତ୍ୟା କରିଥିବା କୋଠରୀରେ ଏକ ସୂଈସାଇଡ ନୋଟ ମଧ୍ୟ ମିଳିଛି, ସେଠାରେ ମରିବା ପୂର୍ବରୁ ଯୁବତୀ ଉମରକୋଟ ଥାନା ଅଧୀନ ସିଲିଗୁଡା ଗ୍ରାମର ନିଜ ପ୍ରମିକ କ୍ରୀଷ୍ଣା ପାଣ୍ଡେ ଦୁଇଥର ଗର୍ଭବତୀ କରିବା ପରେ ମଧ୍ୟ ବିବାହ ପାଇଁ ମନା କରିଦେଇଥିବା ବିଷୟରେ ସ୍ପଷ୍ଟ ଭାବରେ ଲେଖାଅଛି। ଏବିଷୟରେ ଯୁବତୀ ପୁଅର ପରିବାର ଲକଙ୍କୁ ମଧ୍ୟ ବାରମ୍ବାର ଜଣାଇବା ପରେ ମଧ୍ୟ କଣସି ଫଳ ମିଳି ନାଥୁବାରୁ ବାଧ୍ୟ ହଇ ଏଭଳି ପଦକ୍ଷେପ ନେଇ ଛି, ଏହା ଜାଣିବା ପରେ ମୃତକଙ୍କ ବାପା ଭୈରବସିଂ ମାଝି ନିଜ ଝିଅର ପ୍ରେମିକ ବିରୋଧରେ ଡାବୁଗାଁ ଥାନାରେ ଏତଲା ଦେଇ ନ୍ୟାୟ ଅପେକ୍ଷାରେ ଅଛନ୍ତି।

ମୃତ ଯୁବତୀର ବାପା କହିବା ପ୍ରକାରେ ତାଙ୍କ ଝିଅକୁ ପ୍ରେମିକ ଏଵଂ ତାଙ୍କ ପରିବାର ବର୍ଗ ମାନସିକ ନିର୍ଯାତନା ଦେବାରୁ ତାଙ୍କ ଝିଅ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲା। ଉକ୍ତ ଏତଲା କୁ ଭିତ୍ତିକରି ଡାବୁଗାଁ ଥାନା ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କଲା।ଏନେଇ ଥାନା କେସ ନଂ ୬/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି |ବର୍ତ୍ତମାନ ପୋଲିସ ରୋ ତଦନ୍ତ ପରେ ପ୍ରକୃତ ଘଟଣାଟି ଜଣା ପଡିବ। ରିପୋଟ ମିହିର ଶଙ୍କର. ପାତ୍ର, ନବରଙ୍ଗପୁର

Comments
Loading...