ନଅ ମାସର ଗର୍ଭବତୀ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ, ଦୋଷୀକୁ ଘଣ୍ଟ ଘୋଡାଉଛନ୍ତି ପୋଲିସ୍ ବିଭାଗ

କେନ୍ଦୁଝର ଜିଲ୍ଲାରେ ଗର୍ଭବତୀ ମହିଳାଙ୍କୁ ପୋଲିସର ଦୁର୍ବ୍ଯବହାର ଲୋକ ଲୋଚନରୁ ନ ଲିଭୁଣୁ କଳାହାଣ୍ଡିରେ ପୁଣି ନଅ ମାସର ଜଣେ ଆସନ୍ନ ପ୍ରସବା ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ମହିଳା ତଥା ତାଙ୍କ ସ୍ବାମୀଙ୍କ ଉପରେ ହୋଇଥିବା ଶାରୀରିକ ଓ ମାନସିକ ନିର୍ଯ୍ଯାତନା ଯୋଗୁଁ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି । କେସିଙ୍ଗା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ କେସ୍ ଦାୟର ହେବାର ଦୁଇଦିନ ବିତି ଯାଇଥିଲେ ସୁଦ୍ଧା ପୋଲିସ୍ ବିଭାଗ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଛଘୁଞ୍ଚା ଦେଉଥିବା ଅଭିଯୋଗ ଆଣିଛନ୍ତି ମହିଳା ଜଣଙ୍କ । ଏହି କାରଣରୁ ତାଙ୍କର ମାନସିକ ସ୍ଥିତି ମଧ୍ୟ ଠିକ୍ ରହୁ ନଥିବା ପରିଲକ୍ଷିତ ହେଉଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗାଁକୁ କାମ ମାଆକୁ ସମ୍ମାନ କେବେ ସଫଳ ରୂପାୟନ ହୋଇପାରିବ । ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଜିଲ୍ଲାରେ ଜଣେ ଗର୍ଭବତୀ ମହିଳାଙ୍କ ପ୍ରତି ହୋଇଥିବା ଅସଦାଚରଣରେ ଯଦି ନ୍ୟାୟ ମିଳି ପାରୁନାହିଁ ତେବେ ରାଜ୍ୟର ଅନ୍ୟ ମହିଳା କେତେଦୂର ସୁରକ୍ଷିତ ଏହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ମହିଳା ଜଣଙ୍କୁ ଅତିଶୀଘ୍ର ନ୍ଯାୟ ପ୍ରଦାନ କରିବାକୁ ଦୃଢଦାବୀ ଜଣାଇଛନ୍ତି ସମସ୍ତ କଳାହାଣ୍ଡିବାସୀ ।

Comments
Loading...