ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଉଦଯାପିତ

କଳମପୁର 1/2(କୋଶଲ ନ୍ୟୁଜ )କଳାହାଣ୍ଡି ଜିଲ୍ଲା କଳମପୁର ବ୍ଲକ ଅନ୍ତର୍ଗତ ପଣ୍ଡିଗାଁ ପଞ୍ଚାୟତ ଅନୁକୂଲ୍ୟରେ ଥିବା ପଣ୍ଡି ଗାଁ ଆମ୍ବ ବଗିଚାରେ ରେ ପଞ୍ଚାୟତ ସ୍ତରୀୟ ‘ ଆମ ଓଡ଼ିଶା ନବୀନ ଓଡ଼ିଶା’ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପଣ୍ଡିଗାଁ ଗ୍ରାମ ପଞ୍ଚାୟତ ର ସରପଞ୍ଚ କବିତା ଜୈନ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଧର୍ମଗଡ଼ ବିଧାୟକ ଶ୍ରୀଯୁକ୍ତ ମୌସଧି ବାଗ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ‘ ଆମ ଓଡ଼ିଶା ନବୀନ ଓଡ଼ିଶା’ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ । ଏଥିରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାଗୁଡିକର ବିଷୟରେ ରୂପାନ୍ତରିତକରଣ ବିଷୟରେ ମାର୍ଗଦର୍ଶନ କରିଥିଲେ ।

ଏଥିରେ ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ମାଣ୍ଡାଙ୍ଗୀ ତହସିଲଦାର ସ୍ମରଣିକା ତୁଳ ବ୍ଲକ ଉପାଧ୍ୟକ୍ଷ ଚିନ୍ତାମଣି ବେହେରା, ସମିତି ସଭ୍ୟା ଟିକେମଣି ହଂସ କନିଷ୍ଠ ଯନ୍ତ୍ରୀ ସୃତି ରଞ୍ଜନ ସେଠି,ଜିଲ୍ଲାପରିଷଦ ସଭ୍ୟା ନିବେଦିତା ହଂସ, ଦୁହିତା ମାଝୀ,ବୀଜମରା ସରପଞ୍ଚ ବାଳକୃଷ୍ଣମାଝୀ,ସଦାଚନ୍ଦନ ରାଉତ ଜିପିଓ ଜିତେନ୍ଦ୍ର କୁମାର ପ୍ରମୁଖ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶା ସୁନାମଧନ୍ୟ କଣ୍ଠ ଶିଳ୍ପୀ ସର୍ବେଶ୍ୱର ଭୋଇ ଗୀତ ସହ କଳାହାଣ୍ଡି ର ଲୋକ ନୃତ୍ୟ ଘୁମୁରା ଅନେକ ବଜାଶାଲରେ ଝୁମିଲେ ଦର୍ଶକ ଏବଂ ରସର କେଲି ଡାଲଖାଇ ଗୀତ ସହ ଅନେକ ସମ୍ବଲପୁରୀ ଗୀତରେ କଳାକାର ମାନେ ନାଚି ଲୋକଙ୍କ ମନ ଜିଣିଥିଲେ । ଏପରିକି ତାଙ୍କ ନାଚକୁ ଦେଖି ଉପସ୍ଥିତ ରହିଥ‌ିବା ସମସ୍ତ ଜନ ସାଧାରଣ ଝୁମି ଉଠିଥିଲେ l

ଏହି କାର୍ଯ୍ୟକ୍ରମରେ ଅନେକ ସଫଳ ଚାଷୀଠୁ ଆରମ୍ଭ କରି ସମାଜସେବୀ, ଆଶା କର୍ମୀ, ଅଙ୍ଗନବାଡି ନୃତ୍ୟ ଶିଳ୍ପୀ, କ୍ରୀଡା ପ୍ରତିଯୋଗିତା ରେ ଉଥିର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ଓ କଳମପୁର ସାମ୍ବାଦିକ ମାନଙ୍କୁ ମାନପତ୍ର ସହ ଉପଢୌକନ ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଜିଆରଏସ ପ୍ରତାପ କୁମାର ପଣ୍ଡା ଓ ବିଏସଏସଓ କ୍ଷିତିସୁତା ମେହେର ମଞ୍ଚ ପରିଚାଳନା କରିଥିବାବେଳେ । ଏଥିରେ ପଣ୍ଡିଗାଁ ଗ୍ରାମ ପଞ୍ଚାୟତର ପିଇଓ ଜିତେନ୍ଦ୍ର କୁମାର ,ଜିଆର୍‌ଏସ୍ ପ୍ରତାପ କୁମାର ପଣ୍ଡା,,ଯୋଗାଣ ସହାୟକ ରମେଶ ବାଗ, ସରପଞ୍ଚ ପ୍ରତିନିଧି ସୁଶୀଲ କୁମାର ଜୈନ ପ୍ରମୁଖ ସହଯୋଗ କରିଥିଳେ l

Comments
Loading...