ଲକ୍ ଡାଉନ୍ ସହ ପେଟ୍ରୋଲ ଦର କଲା କଲବଲ ମାଲକାନଗିରି ଜିଲ୍ଲାରେ ଶତକ ଡେଇଁଲା ପେଟ୍ରୋଲ ଦର

ମାଲକାନଗିରି ( କୋଶଲ ନ୍ୟୁଜ୍) କରୋନା ସଂକ୍ରମଣ ଯୋଗୁଁ ଜନଜୀବନ ପ୍ରଭାବିତ ହେଉଛନ୍ତି l କାମ ନ ଥିବାରୁ ଲୋକଙ୍କ ମୁଣ୍ଡରେ ଚିନ୍ତା, କଣ କରିବେ, କିପରି ପରିବାର ଚଳିବ ଏହି ସବୁ ଚିନ୍ତାରେ ସାଧାରଣ ଲୋକେ l ଏହାରି ଭିତରେ ପେଟ୍ରୋଲ ଦର ଶତକ ଡେଇଁଲା l ପେଟ୍ରୋଲ ଦରଦାମ ବୃଦ୍ଧି ଜନଜୀବନ କୁ ଅସ୍ତବ୍ୟସ୍ତ କରିପକାଇଛି । ଦେଶରେ ବିଭିନ୍ନ ଅଞ୍ଚଳରେ ପେଟ୍ରୋଲ ଦର ବୃଦ୍ଧି କୁ ନେଇ ପରିସ୍ତିତି ସରଗରମ ହୋଇ ପଡିଛି l ଦେଶର ସର୍ବାଧିକ ପେଟ୍ରୋଲ ଦର ଭାବେ ନାମାଙ୍କିତ କାଲିମେଳାର ପେଟ୍ରୋଲ ପମ୍ପରେ ଦର ଖାଉଟି ଙ୍କୁ ଚିନ୍ତାରେ ପକାଇଛି।

କାଲିମେଳା ସ୍ଥିତ ସୁନ୍ଦରମ ପେଟ୍ରୋଲ ପମ୍ପ ରେ ପେଟ୍ରୋଲ ଦର ଶତକ ପୂରିବା ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଏଠାରେ ପେଟ୍ରୋଲ ଦର 101 ଟଙ୍କା 01 ପଇସା ଥିବା ବେଳେ ଡିଜେଲ ଦର ଶତକ ପାଖାପାଖି ହେଲାଣି l ତେବେ ପେଟ୍ରୋଲ ଦର ବୃଦ୍ଧି କୁ ନେଇ ବିଭିନ୍ନ ରାଜନୈତିକ ଦଳ ଗୁଡିକ ମଧ୍ୟରେ ଟଣା ଓଟରା ଚାଲିଥିବା ବେଳେ ଆଗକୁ ଏହା କେଉଁ ମୋଡ ନେଉଛି ଦେଖିବାକୁ ବାକି ରହିଲା।

Comments
Loading...