ଡ୍ରାଇଭରଙ୍କୁ ଆକ୍ରମଣ ଘଟଣାରେ କାଶୀପୁର ଥାନାରେ ଅଭିଯୋଗ

ରାୟଗଡା ଜିଲ୍ଲା କାଶୀପୁର ଥାନା ଅନ୍ତର୍ଗତ ଶୁଙ୍ଗେର ଜିପି ଶାରମ୍ବାଇ ଗ୍ରାମ ଛକ ଠାରେ ଗତ ତା ୧୨/୧/୨୪ ରିଖ ଶୁକ୍ରବାର ଦିନ ମୈତ୍ରୀ କମ୍ପାନୀର ଦୁଇଜଣ କର୍ମଚାରୀଙ୍କ ସମେତ ଡ୍ରାଇଭରଙ୍କୁ ଅତର୍କିତ ଆକ୍ରମଣ ଘଟଣାରେ ଜୀବନ ବଞ୍ଚାଇ ଆସିଥିବା ଡ୍ରାଇବର ନବକୁମାର ଗଉଡ଼ଙ୍କ ସପକ୍ଷ କାଶୀପୁର ବ୍ଲକ ଡ୍ରାଇଭର ମହାସଂଘ ପକ୍ଷରୁ ବ୍ଲକ ଡ୍ରାଇବର ମହାସଂଘ ସଭାପତି ଶ୍ରୀ ଯୋଗିଜିବନ ନାଏକଙ୍କ ନିର୍ଦ୍ଧିଶ କ୍ରମେ ଉପସଭାପତି ଶ୍ରୀ ଜଗନ୍ନାଥ ତୁରୁକ ଏବଂ ଶତାଧିକ ଡ୍ରାଇଭରଙ୍କ ଉପସ୍ଥିତ ରେ ଆଜି କାଶୀପୁର ଥାନାରେ ଆକ୍ରମଣ କାରୀଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ କରାଯାଇଛି।


ଏହାରି ମଧ୍ୟରେ ଗତ ଶୁକ୍ରବାର ଦିନ ମୈତ୍ରୀ କମ୍ପାନୀ କର୍ମଚାରୀମାନେ ଏକ ବୋଲେରୋ ଗାଡି ଯୋଗେ ତିଜିମାଳୀ ଅଞ୍ଚଳ ଦେଇ ଆସି ଶାରାମ୍ବାଇ ଛକ ଠାରେ ଖାଇବା ସାରି ଫେରନ୍ତା ସମୟରେ ପ୍ରାୟ ୨୦ ଟି ବାଇକରେ ପାଖାପାଖି ୪୦ ଜଣ ଦୁର୍ବୁତ୍ତ ହଟାତ ପହଞ୍ଚି ସେମାନଙ୍କୁ ମରଣାନ୍ତର ଆକ୍ରମଣ କରିଥିଲେ।
ଘଟଣା ସ୍ଥଳରେ ଡ୍ରାଇଭର ଅତି ଗୁରୁତର ଥିବା ଜଣାପଡିଛି l ଏବଂ ଡ୍ରାଇବର ନବକୁମାର ଗଉଡ଼ଙ୍କୁ ଦୁର୍ବୃତ ମାନେ ଜୀବନରେ ମାରିଦେବାର ଉଦ୍ୟମ କରିଥିବା ବେଳେ କୌଣସି ମତେ ତାଙ୍କ ଜୀବନ ବଞ୍ଚି ଯାଇଥିବା ପ୍ରକଶ କରିଛନ୍ତି। ଉକ୍ତ ଘଟଣାରେ ଡ୍ରାଇଭରଙ୍କୁ କେଉଁ ଉଦେଶ୍ୟରେ ଏହି ଭଳି ମରଣାନ୍ତର ଆକ୍ରମଣ କରାଯାଇଛି ତେଣୁ ତାଙ୍କ ବିରୋଧ ରେ କାଶୀପୁର ଥାନାରେ ବ୍ଲକ ଡ୍ରାଇଭର ସଂଘ ପକ୍ଷରୁ ଏହାର ଅଭିଯୋଗ କରାଗଲା ବୋଲି ପ୍ରକାଶ କରିଛନ୍ତି ।



ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ରୁ ତେଜସ୍ୱନି ଭୋତା ଙ୍କ ରିପୋର୍ଟ କୋଶଲ ନ୍ୟୁଜ

Comments
Loading...