ମୈତ୍ରୀ କମ୍ପାନୀ କର୍ମଚାରୀଙ୍କୁ ମରଣାନ୍ତର ଆକ୍ରମଣ ଜଣେ ଗୁରୁତର ଦୁଇ ଆହତ

ରାୟଗଡା(କୋଶଲ ନ୍ୟୁଜ୍):-ରାୟଗଡା ଜିଲ୍ଲା କାଶୀପୁର ଥାନା ଅନ୍ତର୍ଗତ ଶାରାମବାଇ ଛକ ଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ତା ୧୨/୧/୨୦୨୪ ଶୁକ୍ରବାର ଦିନ ଅପରାହ୍ନ ସମୟ ପ୍ରାୟ ୨.୨୦ ବେଳେ ମୈତ୍ରୀ କମ୍ପାନୀ ର କର୍ମଚାରୀ ଯଥା – PRO ପୃଷ୍ଟି ଦୁରିଆ,ଜିଏମ ସିଏଚ ବୋଷ ଏବଂ ଡ୍ରାଇଭର ନବକୁମାର ଗୌଡ଼ ପ୍ରମୁଖ ସିଜିମାଳୀ ଅଞ୍ଚଳ ଦେଇ ଫେରୁ ଥିବା ସମୟରେ ଶୁଙ୍ଗର ଜିପି ଅନ୍ତର୍ଗତ ଶାରାମ୍ବାଇ ଛକରେ କିଛି ଦୁର୍ବୃତ ମାନେ ତାଙ୍କ ବୋଲେରୋ ଗାଡିକୁ ଅଟକାଇ ଠେଙ୍ଗା ପଥର ସହିତ ମରଣାନ୍ତର ଆକ୍ରମଣ କରିଥିଲେ।

ଆକ୍ରମଣ କାରୀଙ୍କ ମଧ୍ୟରେ ଜଲ ନାଏକ,କାର୍ତିକ ନାଏକ,ଯଜ୍ଞ ନାଏକ ଓ ଅନ୍ୟମାନେ ପ୍ରାୟ ୨୦ ଟି ବାଇକ ରେ ପ୍ରାୟ ୪୦ ରୁ ଉର୍ଦ୍ଧ ଲୋକ ଆସି ମରାଣାଂମକ ଆକ୍ରମଣ କରିଥିଲେ ଓ ଘଟଣାରେ ବୋଲେରୋ ଗାଡ଼ି କୁ ମଧ୍ୟ ଭଙ୍ଗା ରୁଜା କରିଥିବା ପୁଷ୍ଟି ହେଉଛି। ଆକ୍ରମଣ ରେ ପୃଷ୍ଟି ଦୁରିଆ ଗୁରୁତ୍ୱର ଅବସ୍ଥା ଥିବା ହେତୁ ପ୍ରଥମେ କାଶୀପୁର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରି ପ୍ରାଥମିକ ଚିକିତ୍ସା ପରେ ତାଙ୍କ ଚେତା ଫେରିନ ଥିବା ହେତୁ ସଙ୍କଟପନ୍ନ ଅବସ୍ଥାରେ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରା ଯାଇଛି। ଡାକ୍ତରଙ୍କ ସୂଚନା ଅନୁଯାଇ PRO ପୃଷ୍ଟି ଦୁରିଆଙ୍କ ଅତ୍ୟଧିକ ରକ୍ତ ସ୍ରାବ ହୋଇଥିବା ହେତୁ ବିପଦର ଆଶଙ୍କା ବୋଲି ପ୍ରକାଶ କରାଯାଇଛି। ସେହିଭଳି ତାଙ୍କର ସାଥିରେ ଥିବା ଆଉ ଦୁଇଜଣଙ୍କୁ ପ୍ରାଥମିକ ଚିକିତ୍ସା କରାଯାଉଛି ତେଣୁ ଉପରକ୍ତ ଦୀର୍ବୁତ୍ତ ମାନଙ୍କୁ ତୁରନ୍ତ ଗିରଫ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ କାଶୀପୁର ଥାନାରେ ଏକ ମୋତ୍ରୀ କମ୍ପାନୀ ପକ୍ଷ ରୁ ଲିଖିତ ଅଭିଯୋଗ କରିଛନ୍ତି ରାୟଗଡା ଜିଲ୍ଲା ରିପୋର୍ଟ ବିନୋଦ ନାଏକ

Comments
Loading...