ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ଦୁଇ ଜଣଙ୍କ ମୃତ୍ୟୁ

କୋଶଲ ନ୍ୟୁଜ୍ ବ୍ୟୁରୋ : ରାୟଗଡା: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଦେଓକୁପୁଲି ଛକ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ୨ ଜଣକ ମୃତ୍ୟୁ ହୋଇଛି। ଘଟଣାରେ ଜଣେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ମୁନିଗୁଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି।

 
ରାୟଗଡ଼ାରୁ ମୁନିଗୁଡ଼ା ଆସୁଥିବା ବେଳେ ବିପରିତ ଦିଗରୁ ଆସୁଥିବା ଦୁଇ ବାଇକ ପରସ୍ପରକୁ ଧକ୍କା ଦେଇଥିଲା। ଫଳରେ ୩ ଜଣ ଯୁହକ ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ୩ଜଣ ଯୁବକଙ୍କୁ ମେଡିକାଲ ନେଇଥିଲେ। ତେବେ ମେଡିକାଲ ନେବା ବାଟରେ ୨ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣଙ୍କୁ ମୁନିଗୁଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି। ଦୁଇଜଣ ମୃତକ ମଧ୍ୟରୁ ଜଣେ ପଶ୍ଚିମ ବଙ୍ଗର ଫେରିବାଲା ଓ ଆଉଜଣେ କୋଟଗଡ ବ୍ଲକ କାକୁସୁଗୁଡାର ଦିବାକର ମାଝି ବୋଲି ଜଣାଯାଇଛି। ଶବ ବ୍ୟବଚ୍ଛେଦ ଲାଗି ପଠାଇ ତଦନ୍ତ ଆରମ୍ଭ କରିଛି।
Comments
Loading...