ନିଆଁରେ ଜଳି ଦୁଇ ଶିଶୁ କନ୍ୟାଙ୍କ ଜୀବନ ଦଗ୍ଧ

କୋଶଲ ନ୍ୟୁଜ୍ ବ୍ୟୁରୋ :  ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଲାକରିସ ଗ୍ରାମର ଶ୍ରୀ ଦୁର୍ଯୋଧନ ମାଝୀଙ୍କ ଝିଅ ଦିବ୍ୟା ମାଝୀ ବୟସ ତିନି ଓ ସେହି ଗ୍ରାମର ଶ୍ରୀ ମାନିଙ୍ଗ ମାଝୀଙ୍କ ଝିଅ କୁମାରୀ ମାଝୀ, ବୟସ (4) ଆଜି ସମୟ ସଖାଳେ ପ୍ରାୟ (10,11) ସମୟରେ ସେମାନେ ଗ୍ରାମର ଏକ ପରିବା ବାଡ଼ରେ ଥିବା ଚାଳଘରରେ ଥିଲେ, ସେହି ସମୟରେ କୌଣସି କାରଣରୁ ହଠାତ ଚାଳ ଘରରେ ନିଆଁ ଜଳି ଯାଇ ଥିଲା! ଗ୍ରାମର ଆଖପାଖରେ ଥିବା ଲୋକ ଧାଇଁ ଆସିଥିଲେ କିନ୍ତୁ ଦୁଃଖର ବିଷୟ ଶିଶୁ ଦୁଇଟି କୁ ନିଆଁ କବଳରୁ ଉଦ୍ଧାର କରିପାରିନଥିଲେ, ଓ ସେମାନଙ୍କ ପ୍ରାଣଚାଲିଯାଇଥିଲା, ଏହା ଏକ ଦୁଖଦଃ ଘଟଣାଯେ ସେମାନଙ୍କୁ ଚିହିଁବା କଷ୍ଟ ହୋଇଯାଇଥିଲା, ଶେଷରେ ଜଣାଯାଇଥିଲାଯେ, ମାନିଙ୍ଗ ଓ ଦୁର୍ଯୋଧନ ଙ୍କ ଝିଅ ବୋଲି, ଏହି ଘଟଣାକୁ କେନ୍ଦ୍ରକରି ଗ୍ରାମବାସୀଙ୍କୁ ଗୋଟିଏ ବିଆନ ନିଆଯାଇଥିଲା, ଦୁଃଖର ବିଷୟ ଦୁର୍ଯୋଧନ ମାଝୀ କିଛି ଦିନ ହବ ଦାଦନ ଖଟିବାକୁ କେରଳ ଯାଇଥିବାର ସୂଚନା ମିଳିଛି!

Comments
Loading...