ପୁନଃ ନିଯୁକ୍ତି ଦାବି ନେଇ ଯୁବକଙ୍କ ଷ୍ଟେଟ ବ୍ୟାଙ୍କ ଆଗରେ ଧାରଣା

ପୁନଃ ନିଯୁକ୍ତି ଦାବି ନେଇ ଲାଠୋର ଗ୍ରାମର ଯୁବକ ମୋତିରାମ ତାଣ୍ଡି ଗତକାଲି ଠାରୁ ନିଜ ସହୋଯୋଗୀ ଙ୍କ ସହିତ ଲାଠୋର ଷ୍ଟେଟ ବ୍ୟାଙ୍କ ଶାଖା ଆଗରେ ଧାରଣା ରେ ବସିଛନ୍ତି। ତାଙ୍କ କହିବା ମୁତାବକ ୨୦୧୪ ଅଗଷ୍ଟ ୧୦ ତାରିଖ ରେ ତାଙ୍କୁ ଲାଠୋର ଷ୍ଟେଟ ବ୍ୟାଙ୍କ ଶାଖା ରେ ଅସ୍ଥାୟୀ ସଫାଇ କର୍ମଚାରୀ ଭାବେ ନିଯୁକ୍ତି ଦିଆଯାଇଥିଲା।ହେଲେ ୨୦୧୮ ମାର୍ଚ୍ଚ ୨୨ ତାରିଖ ରେ ତାଙ୍କୁ ବ୍ୟାଙ୍କ କୁ ଆସି କାମ କରିବା ପାଇଁ ମନା କରାଯାଇଥିଲା। କାହିଁକି କାମ ବନ୍ଦ କରିଦିଆହେଲା ତାଙ୍କୁ କୈାଣସି ସୂଚନା ମଧ୍ୟ ମିଳିନାହିଁ।ସେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ହଁ ଆଗକୁ ଦେଖିବା ଶୀଘ୍ର ପୁଣି କାମ କୁ ଫେରିବ ବୋଲି ଆଶ୍ଵାସନା ଦେଇଛନ୍ତି କିନ୍ତୁ କିଛି ବି ସୁଫଳ ମିଳିନାହିଁ।ଏ ପରିସ୍ଥିତିରେ ସେ ଅତି ଦୟନୀୟ ଅବସ୍ଥାରେ ନିଜର ପରିବାର ପ୍ରତିପୋଷଣ କରୁଛନ୍ତି। ତାଙ୍କ କହିବା ମୁତାବକ ଯେ ପର୍ଯ୍ୟନ୍ତ ତାଙ୍କୁ ପୁନଃ ନିଯୁକ୍ତି ନ ମିଳିଛି ସେ ଧାରଣା ରେ ବସିଥିବେ।

Comments
Loading...