ବ୍ରହ୍ମଅବଧୂତ କୈଳାଶ ବାବା ଙ୍କୁ ଭକ୍ତ ଦେଲେ ଅଶ୍ରୁଳ ବିଦାୟ

ଅସୁସ୍ଥ ଥିବା ବ୍ରହ୍ମଅବଧୂତ କୈଳାସ ବାବା ଗତକାଲି ଉମରକୋଟ ସରକାରୀ ହସ୍ପିଟାଲରେ ଦେହ ତ୍ୟାଗ ପରେ ଭକ୍ତ ଗଣ ଙ୍କ ମଧ୍ୟରେ ଖେଳି ଯାଇଛି ଶୋକ ର ଛାୟା। ଅସୁସ୍ଥ ଥିବା ସମୟରେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ହସ୍ପିଟାଲ ଯାଇ ବାବା ଙ୍କ ସ୍ବାସ୍ଥ୍ୟ ବିଷୟରେ ସମସ୍ତ ଙ୍କ ସହ ଆଲୋଚନା କରିଥିଲେ। ବାବା ଙ୍କ ଦେହାନ୍ତ ପରେ ତାଙ୍କ ବେଲଗାଁ ସ୍ଥିତ ଆଶ୍ରମରେ ଭକ୍ତ ମାନଙ୍କ ଦର୍ଶନ ପାଇଁ ଅଣା ଯାଇଥିଲା। ଦର୍ଶନ କରିଥିବା ପ୍ରମୁଖ ବ୍ୟକ୍ତି ମାନଙ୍କ ମଧ୍ୟରେ ଥିଲେ ବିଜେପି ର ବରିଷ୍ଠ ନେତା ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ହିନ୍ଦୁ ମହାସଂଘ ମାର୍ଗଦର୍ଶକ ମଣ୍ଡଳୀ ଅଧ୍ୟକ୍ଷ ବ୍ରହ୍ମଅବଧୂତ ସୌଭାଗ୍ୟ ବାବା, ହିନ୍ଦୁ ମହାସଂଘ ପ୍ରମୁଖ ଜୟନ୍ତ କୁମାର ପାତ୍ର, ଛତିଶଗଡ ହିନ୍ଦୁ ମହାସଂଘ ପ୍ରଭାରୀ ବ୍ରହ୍ମଅବଧୂତ ବାସୁଦେବ ବାବା, ବ୍ରହ୍ମଅବଧୂତ ଡମ୍ବରୁ ବାବା, ବ୍ରହ୍ମଅବଧୂତ ଗୋ-କର୍ଣ୍ଣ ବାବା, ବିଜେପି ର ବରିଷ୍ଠ ନେତା ଜଗଦିଶ କଲାର, ଡାବୁଗାଁ ମଣ୍ଡଳ ସାଧାରଣ ସମ୍ପାଦକ ମହେଶ ପାତ୍ର, ବ୍ରହ୍ମଅବଧୂତ ଅନାଦି ବାବା, କାର୍ତ୍ତିକ ପୂଜାରୀ, ସୁରଥ ଜେନା, ନରସିଂହ ମାଝୀ, ଭଗବାନ ଭତ୍ରା ଗୋବର୍ଦ୍ଧନ ବାବା, ଯଦୁମଣି ବାବା, ଦୟାସିନ୍ଧୁ ଭତ୍ରା, ବାବୁଲାଲ ହରିଜନ ଏବଂ ଅନ୍ୟାନ୍ୟ । ଆଶ୍ରମ ରେ ହିଁ ମହିମା ଧର୍ମର ରିତିନୀତି ଅନୁସାରେ ବାବା ଙ୍କ ସମାଦ୍ଧି ଦିଆଯାଇଥିଲା।

ପୂର୍ବତନ ସାଂସଦ ପର୍ଶୁରାମ ମାଝୀ ବାବାଙ୍କ ଗୋମାତା ପ୍ରତି ଥିବା ଅନନ୍ୟ ଭକ୍ତି କୁ ସ୍ମରଣ କରାଇଥିଲେ, ବ୍ରହ୍ମଅବଧୂତ ସୌଭାଗ୍ୟ ବାବା କୈଳାସ ବାବା ଙ୍କ ଦେହାନ୍ତ କୁ ଅପୂରଣୀୟ କ୍ଷତି ବୋଲି ବ୍ୟକ୍ତ କରିଥିଲେ , ହିନ୍ଦୁ ମହାସଂଘ କେନ୍ଦ୍ରୀୟ ସମିତି ପ୍ରମୁଖ ଜୟନ୍ତ କୁମାର ପାତ୍ର ବାବା ଙ୍କ ସ୍ବପ୍ନ କୁ ବ୍ୟର୍ଥ ଯିବା ପାଇଁ ଦିଆଯିବ ନାହିଁ ଏବଂ ବାବା ଙ୍କ ବାକ୍ୟ ସବୁଦିନ ପାଇଁ ମାନବ ସମାଜକୁ ପ୍ରେରଣା ଦେଉଥିବ ବୋଲି ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି। ନବରଙ୍ଗପୁର, କଳାହାଣ୍ଡି ତଥା ଛତିଶଗଡ ରୁ ମଧ୍ୟ ବାବାଙ୍କ ଶେଷ ଦର୍ଶନ ପାଇଁ ତାଙ୍କ ଭକ୍ତ ମାନେ ଆସିଥିଲେ।ରିପୋଟ ମିହିର ଶଙ୍କର ପାତ୍ର, ନବରଙ୍ଗପୁର

Comments
Loading...