ମନ୍ଦିର ଦୁଆର ବନ୍ଦ ଯୋଗୁଁ ରାସ୍ତା ଉପରେ ଭକ୍ତମାନେ ନଡିଆ ବାଡେଇ ଫେରିଲେ

ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆମ ରାଜଧାନୀ ଭୁବନେଶ୍ବର ଠାରେ ଥିବା ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ସାମ୍ନାରେ । ମନ୍ଦିର ଦୁଆର ବନ୍ଦ ଠାକୁର ଦର୍ଶନ ମନା ଏହାରି ଭିତରେ ଆଜି ହେଉଛି ରାମ ନବମୀ ଭୁବନେଶ୍ବର ରାମ ମନ୍ଦିର ଗେଟରେ ପଡିଛି ତାଲା ଲାଗିଛି ପୋଲିସ ପହରା ସେଥିଲାଗି ଉଦାସ ରହିଛି ଭକ୍ତମାନଙ୍କ ମନ । ତେବେ ଯେତେ କରୋନା ଡର ରହିଲେ ବି ପର୍ବ ପର୍ବାଣିରେ ଠାକୁରଙ୍କୁ ଦର୍ଶନ ନ କରିଲେ ମନ ବୁଝେନା ସେଥିଲାଗି ମନ୍ଦିର ଦୁଆରେ ରାସ୍ତା ଉପରେ ଲୋକେ ପୂଜା ଅର୍ଚ୍ଚନା କରିବାକୁ ପଛାଉ ନାହାନ୍ତି ।

Comments
Loading...