ମାଆ ର ମଲା ମୁହଁ ଦେଖିବାକୁ ମନାକଲା ଝିଅ

ମାଲକାନଗିରି ( କୋଶଲ ନ୍ୟୁଜ୍) ନିଜ ମାଆର ମଲା ମୁହଁ ଦେଖିବାକୁ ମନା କଲା ଝିଅ। ଏପରିଏକ ହୃଦୟ ବିଦାରକ ଘଟଣା ଘଟିଛି ମାଲକାନଗିରି ବୃଦ୍ଧାଶ୍ରମରେ। ନିଜ ଜନ୍ମିତ ଝିଅ ମାଆକୁ ବୃଦ୍ଧାଶ୍ରମକୁ ପଠେଇଦେବାର ଘଟଣା ଜାଣିବାପରେ ଗତକାଲି କୋଶଲ ନ୍ୟୁଜ୍ ରେ ଖବର ପ୍ରସାରଣ ହେଇଥିଲା l ଏହି ଖବର ହେବା ପରେ ଝିଅ ବୃଦ୍ଧା ମାଆକୁ ଦେଖିବାକୁ ଯାଇଥିଲା କିନ୍ତୁ ଫେରିବା ବେଳେ ଝିଅ ବୃଦ୍ଧାଶ୍ରମର କର୍ମଚାରୀ ମାନଙ୍କୁ କହିଛନ୍ତି କି ମା ମଲା ପରେ ମାଆ ର ମଲା ଖବର ନଦେଇ ତାଙ୍କ ଶେଷ କୃତ୍ୟ ସାରିଦେବାକୁ। ଝିଅର କଥା ଶୁଣିବା ପରେ ମାଁ ଆଉ ଅଟକାଇ ପାରିନଥିଲେ ଆଖିର ଲୁହ l ଯେଉଁ ବୟସରେ ବାପା ମାଁ ଙ୍କ ଇଚ୍ଛା ଥାଏ ସେ ତାଙ୍କ ପୁଅ, ଝିଅ, ନାତିନାତୁଣୀଙ୍କ ସହ ଜୀବନର ଶେଷ ମୁହୁର୍ତ ବିତେଇବ ସେହି ସମୟରେ ତାଙ୍କ ସାହାରା ହେଉଛି ଵୃଦ୍ଧାଶ୍ରମ l

ଏପରି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ବଦଳି ପଞ୍ଚାୟତର ଅନ୍ତର୍ଗତ MV-40 ଗ୍ରାମରେ l ଏଠାରେ ପ୍ରଶ୍ନ ଉଠୁଛି ଆଜିର ଶିକ୍ଷକ ସମାଜ କଣ ଭୁଲି ଯାଇଛନ୍ତି, ସେମାନେ ମଧ୍ୟ ଦିନେ ବୃଦ୍ଧ ହେବେ l ସେତେବେଳେ ତାଙ୍କ ସନ୍ତାନ କଣ ତାଙ୍କ ସହିତ ଏମିତି ବ୍ୟବହାର କରିବେନି କି ? ଯେଉଁ ବାପା ମାଁ ଆମକୁ ଜନ୍ମ ଦେଇଛନ୍ତି, ଛୋଟରୁ ବଡ଼ କରି ମଣିଷ କରିଥାନ୍ତି , ଠିକ ଭୁଲର ଶିକ୍ଷା ଦେଇଛନ୍ତି, ସେହି ବାପା ମାଁଙ୍କୁ ତାଙ୍କ ବୃଦ୍ଧା ବୟସରେ ଵୃଦ୍ଧାଶ୍ରମକୁ ପଠେଇଦେବା ଠିକ କି ? ବୃଦ୍ଧା ବୟସରେ ବାପା ମାଁଙ୍କ ସାହାରା ହେବା ପରିବର୍ତ୍ତେ କିପରି ତାଙ୍କୁ ଵୃଦ୍ଧାଶ୍ରମକୁ ପଠେଇ ଦେଉଛନ୍ତି ଆଜିର ଶିକ୍ଷିତ ସମାଜର ପୁଅ ବୋହୁ l ବର୍ତ୍ତମାନ ସୁଧା ଦେଖିବାକୁ ମିଳିଛି ପୁଅ ବୋହୁ ମାନେ ବାପା ମାଁ ଙ୍କୁ ଵୃଦ୍ଧାଶ୍ରମ ପଠେଇବାର l କିନ୍ତୁ ଆଜି ଏଠାରେ ଦେଖିବାକୁ ମିଳିଛି କିଛି ଭିନ୍ନ ଧରଣର ଘଟଣା ଯାହା ସ୍ଥାନୀୟରେ ଚର୍ଚ୍ଚାର ବିଷୟ ପାଲିଟିଛି l ଏକମାତ୍ର ଝିଅ ହେଇ ମଧ୍ୟ ବୁଢ଼ୀ ମାଁ ଙ୍କୁ ଵୃଦ୍ଧାଶ୍ରମକୁ ପଠେଇଲା l ତେବେ ଦେଖିବାକୁ ବାକି ରହିଲା ଆଜିର ଶିକ୍ଷିତ ଯୁବ ସମାଜ କେବେ ନିଜର ଭୁଲ କୁ ବୁଝି ପାରିବେ l

Comments
Loading...