ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତା ରେ ଜିଲାସ୍ତରୀୟ ନୋଡାଲ ବୈଠକ ଭର୍ତ୍ତୃଅଲ ମାଧ୍ୟମରେ ଅନୁଷ୍ଠିତ

ନବରଙ୍ଗପୁର ୦୪/୦୫/୨୦୨୧ -ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ନୋଡାଲ ବୈଠକ ଭର୍ତ୍ତୃଅଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଅଛି । ବିଶେଷ କରି ଏହି ବୈଠକରେ ନବରଙ୍ଗପୁର ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଉଥିବା କୋଭିଡ ସଂକ୍ରମଣ ସମ୍ପର୍କରେ ବ୍ଲକ ୱାରୀ ସମୀକ୍ଷା କରାଯାଇଥିଲା। ଜିଲ୍ଲା ନୋଡାଲ ଅଧିକାରୀ ମାନେ
ଜିଲ୍ଲାର ସମସ୍ତ କୋଭିଡ କେର ସେଣ୍ଟର (CCC) ଏବଂ ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ର ଗୁଡିକ ପରିଦର୍ଶନ କରି କେତେ ଅକ୍ସିଜେନ ମହଜୁଦ ଅଛି, ଆମ୍ବୁଲାନ୍ସର ପରିସ୍ଥିତି, ମୃତ ବ୍ୟକ୍ତିଙ୍କ ଶରୀର ଠିକ ସମୟରେ ଅନ୍ତିମ ସତ୍କାର କିଭଳି ହେବ, ହସ୍ପିଟାଲରେ ଠିକ ସମୟରେ ରୋଗୀଙ୍କୁ ଖାଦ୍ୟ ଯୋଗାଇବା, ଖାଦ୍ୟ ର ଗୁଣବତ୍ତା, ହସ୍ପିଟାଲ ରେ ସଫାସୁତୁରା ଇତ୍ୟାଦି ବିଷୟରେ ତଦାରତ କରିବା ପାଇଁ ବିସ୍ତୃତ ଆଲୋଚନା ହୋଇଥିଲା। ପ୍ରତ୍ୟେକ ବ୍ଲକ କାର୍ଯ୍ୟାଳୟରେ ଚବିଶ ଘଣ୍ଟା ନିୟନ୍ତ୍ରଣ କକ୍ଷ ଖୋଲିବା ପାଇଁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଛନ୍ତି । କୋଭିଡ କ୍ୟାର ସେଣ୍ଟରେ ମାନଙ୍କରେ ହେଲ୍ପଡେସ୍କ ଖୋଲିବା ସହିତ ଲକଡାଉନ ସମୟରେ ପ୍ରବାସୀ ଓଡ଼ିଆଙ୍କ ଆଗମନ କୁ ଦୃଷ୍ଟିରେ ରଖି ଟିମସି (TMC) ଗୁଡ଼ିକ ସଜାଗ ରହିବା ପାଇଁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଥିଲେ। ଯେଉଁ କୋଭିଡ ରୋଗୀ ଘରେ ରହି ଚିକିତ୍ସିତ ହେଉଛନ୍ତି, ସେମାନଙ୍କ ସହିତ ଉତ୍ତମ ସମ୍ପର୍କ ସ୍ଥାପନ କରି ସୁବିଧା ଅସୁବିଧା ବୁଝିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।ଏହି ବୈଠକରେ ଜିଲ୍ଲାର ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ ।

Comments
Loading...