ତିଲେଇବଣିରେ ନୂତନ ଫାଣ୍ଡି କୋଠା ଉଦଘାଟିତ

କୋଶଲ ନ୍ୟୁଜ୍ ବ୍ୟୁରୋ : ଦେବଗଡ ଥାନା ଅନ୍ତର୍ଗତ ତିଲେଇବଣି ବ୍ଲକ ମୁଖ୍ୟାଳୟ ଠାରେ ବହୁ ପତିକ୍ଷୀତ ଫାଣ୍ଡି କୋଠା ଉଦଘାଟିତ ହୋଇଯାଇଛି । ଏକଦା ମାଓ ଉପଦୃତ ଏହି ଅଞ୍ଚଳରେ ଏକ ଅସ୍ଥାୟୀ ଗୃହରେ ଫାଣ୍ଡି ଖୋଲାଯାଇ ଏହି ଅଞ୍ଚଳର ଜନ ସାଧାରଣଙ୍କୁ ପୋଲିସ ସେବା ଯୋଗାଇ ଦିଆଯାଉ ଥିଲା । ପରେ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଟଙ୍କା ମଞ୍ଜୁର ହେବା ପରେ ଏବେ ଉକ୍ତ ଅଞ୍ଚଳରେ ଏକ ସ୍ଥାୟୀ ଫାଣ୍ଡି କୋଠା ନିର୍ମାଣ କରାଯାଇଛି । ଏବଂ ଗତକାଲି ଅପରାହ୍ନରେ ଉତ୍ତର-କେନ୍ଦ୍ରାଞ୍ଚଳ ଡିଆଇଜି ଡାଃ. ସାର୍ଥକ ଷଡଙ୍ଗୀ ନବନିର୍ମିତ ଫାଣ୍ଡି କୋଠାକୁ ଫିତା କାଟି ଉଦଘାଟନ କରିଥିଲେ ।

ନୂତନ ଫାଣ୍ଡି କୋଠା ଲୋକାର୍ପଣ ହେବା ପରେ ଅଞ୍ଚଳରେ ପୋଲିସ ସେବା ଲୋକଙ୍କୁ ସୁବିଧାରେ ମିଳିପାରିବ ବୋଲି ମତ ପ୍ରକାଶ କରିବା ସହ ନିଯୁକ୍ତ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ମଧ୍ୟ ଅଞ୍ଚଳ ବାସୀଙ୍କ ପାଇଁ ଉତ୍ସାହ ସହକାରେ କାର୍ଯ୍ୟ କରିବାକୁ ଶ୍ରୀ ଷଡଙ୍ଗୀ ଆହ୍ବାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଦେବଗଡ ଆରକ୍ଷୀ ଅଧ୍ୟକ୍ଷ ମନୋଜ କୁମାର ମାହାନ୍ତ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରବି ନାରାୟଣ ସି ଏସଡିପିଓ ପ୍ରତ୍ୟୃଷ କୁମାର ମହାପାତ୍ର ଦେବଗଡ ଥାନା ଅଧିକାରୀ ପ୍ରଶାନ୍ତ କୁମାର ପାତ୍ର ତିଲେଇବଣି ଫାଣ୍ଡି ଅଧିକାରୀ ଚୌତନ୍ୟ ଗଡନାୟକ ତିଲେଇବଣି ବ୍ଲକ ଅଧ୍ୟକ୍ଷ ସୁବାସିନୀ ଦେହୁରୀ ତିଲେଇବଣି ସରପଞ୍ଚ ଶୁକ୍ରୁ ମୁଣ୍ଡା ଓ ଦୁଧିଆନାଳୀ ସମିତି ସଦସ୍ୟ ଶ୍ବେତ କୁମାର ପ୍ରଧାନଙ୍କ ସମେତ ବହୁ ପୋଲିସ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।।
Comments
Loading...