ନୂଆପଡ଼ାରେ ଭାରତ ବନ୍ଦର ପ୍ରଭାବ, ବିକ୍ଷୋଭ ପ୍ରଦର୍ଶନ-ରାସ୍ତା ଅବରୋଧ କରି ପ୍ରତିବାଦ

 

କୋଶଲ ନ୍ୟୁଜ୍ :- ନୂଆପଡା ୦୮।୧୨: ନୂତନ କୃଷି ଆଇନକୁ ଦେଶବ୍ୟାପି କୃଷକ ମାନଙ୍କ ବିରୋଧ । ଆଜି ଭାରତ ବନ୍ଦ ଡାକରା ଦେଇଛନ୍ତି କୃଷକ ସଂଗଠନ । ନୂଆପଡା ଜିଲ୍ଲାରେ ମଧ୍ୟ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ଭାରତ ବନ୍ଦକୁ ବିରୋଧ କରି ଅନେକ ସ୍ଥାନରେ ରାସ୍ତାରୋକ ଓ ପିକେଟିଂ କରାଯାଇଛି ।


ନୂଆପଡ଼ା ଜିଲ୍ଲା କଂଗ୍ରେସ ପକ୍ଷରୁ ଜାତୀୟ ରାଜପଥ ୩୫୩ର ଏକତା ଛକ ଠାରେ ରାସ୍ତାରୋକ କରାଯାଇଛି । ଏହାସହ ଜିଲ୍ଲାର ଖରିଆର ରୋଡ,ସାରାବଙ୍ଗ,କୋମନା,ସିନାପାଲି,ବୋଡେନ ଓ ଖଡିଆଳ ଠାରେ ମଧ୍ୟ ବନ୍ଦର ପ୍ରଭାବ ଦେଖା ଦେଇଛି ।


କେନ୍ଦ୍ର ସରକାରଙ୍କ ଦ୍ବାରା ଆଗତ ହୋଇଥିବା ତିନୋଟି ନୂତନ କୃଷି ବିଲକୁ ବିରୋଧ କରିବା ସହ ଏହାର ପ୍ରତିବାଦରେ ନୂଆପଡା ଦଳିତ ଅଧିକାର ମଞ୍ଚ ସମେତ ଅନେକ ସଂଗଠନ ଏହି ବନ୍ଦ ପାଳନକୁ ସମର୍ଥନ ଜଣାଇଛନ୍ତି ।


ଏହାର ପ୍ରଭାବରେ ଜିଲ୍ଲାରେ ଜରୁରୀ କାଳିନ ସେବାକୁ ଛାଡି ଦେଲେ ଅନ୍ୟାନ୍ୟ ଦୋକାନ ବଜାର ସମେତ ଗାଡି ଚଳାଚଳ ବନ୍ଦ ରହିଛି । ଏହାକୁ ପ୍ରତ୍ୟାହାର କରାନଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଆନ୍ଦୋଳନକାରୀ ଚେତାବନି ଦେଇଛନ୍ତି ।

Comments
Loading...