ଭିଜିଲାନ୍ସ ଜାଲରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ

କୋଶଲ ନ୍ୟୁଜ୍ ବ୍ୟୁରୋ :- ବରଗଡ଼,୦୯/୧୨: ଭିଜିଲାନ୍ସ ଜାଲରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ଦହିତା ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ତାଙ୍କ ନାଁ ପୁରନ୍ଦର ସାହୁ । ଆଜି ସକାଳେ ବରଗଡ଼ ଭିଜିଲାନ୍ସ ଟିମ୍ ପୁରନ୍ଦର ସାହୁଙ୍କ ଘରେ ଚଢ଼ାଉ ଜାରି ରଖିଛି । ଦହିତା ପଞ୍ଚାୟତ କାର୍ୟ୍ୟାଳୟ ସମେତ ପଦ୍ମପୁର ସ୍ଥିତ ଘରେ ରେଡ୍ କରାଯାଇଛି । ଚଢ଼ାଉରେ ଭିଜିଲାନ୍ସର ୨ଟି ଟିମ୍‌ରେ ୨୨ ଜଣ ସଦସ୍ୟ ସାମିଲ ଥିବା ସୂଚନା ମିଳିଛି ।
Comments
Loading...