କୋଇଡା ବନ ବିଭାଗର ବଡ ସଫଳତା, ୦୪ ମାଙ୍ଗାନିଜ ଚୋରା ଗାଡି ଜବତ୦୪ ମାଙ୍ଗାନିଜ ଚୋରା ଗାଡି ଜବତ

କୋଇଡା: କୋଇଡା ରେଞ୍ଜ ଅନ୍ତର୍ଗତ ଗଣୁଆଁ ବିଟ୍ ହାଉସ୍ କେନାଭେଟା ଅଞ୍ଚଳରେ ଗତକାଲି କୋଇଡା ବନ ବିଭାଗ କୌଣସି ସୁତ୍ରରୁ ଖବର ପାଇ ଗତକାଲି ରାତ୍ରି ପ୍ରାୟ ୨.୩୦ ଘଟିକା ସମୟରେ ମାଙ୍ଗାନିଜ ଚୋରା ଚାଲାଣ କରୁଥିବା ୦୨ ପିକଅପ୍, ୦୧ ଗୋଟି ଟିପର୍ ଓ ୦୧ ଗୋଟି ୧୪ ଚକିଆ ଟ୍ରକ୍ ଘଟଣା ସ୍ଥଳରୁ ଜବତ କରିବା ସହ ଚୋରିରେ ବ୍ୟବହୃତ ୧୦ ଗୋଟି ଗାମଲା ଓ ୦୫ ଗୋଟି ରାମ୍ପା ଜବତ କରିଛନ୍ତି । ସମସ୍ତ ଗାଡିରେ ମିଶାଇ ୧୬ ଟନ୍ ମାଙ୍ଗାନିଜ ମଧ୍ୟ ଜବତ କରାଯାଇଛି । ହେଲେ ଘଟଣା ସ୍ଥଳରୁ ଦୁର୍ବୁତ୍ତ ମାନେ ଫେରାର୍ ହୋଇଯାଇଥିଲେ । ବନ ବିଭାଗ ସମସ୍ତ ଗାଡି ସହ ସାମଗ୍ରି,ମାଙ୍ଗାନିଜ ଜବତ କରି ଏକ ମାମଲା ରୁଜୁ ଯାହାର କେସ୍ ନଂ ୦୧୯୫୯୦୪/୨୭୧୭/୮୮୫ (ଏ) ନଂ ୧୫୨କେ । ମଧ୍ୟ ରାତ୍ରି ରେ ଆତର୍କିତ ଚଢାଉ କରି ବନ ବିଭାଗ ବଡ ସଫଳତା ହାସଲ କରିବା ସହ ମାଙ୍ଗାନିଜ ଚୋରିରେ ଅଂକୁଶ ଲଗାଇବାକୁ ଅଣ୍ଟା ଭିଡିଥିବା ପରିଲକ୍ଷିତ ହୋଇଛି ।

Comments
Loading...