କାରରୁ ବିପୁଳ ପରିମାଣର ଟଙ୍କା ଜବତ ସହ ୩ ଅଟକ

ବୌଦ୍ଧ(କୋଶଲ ନ୍ୟୁଜ୍):-କରଡ଼ାକୋଠା ନିକଟରେ ଯାଞ୍ଚ ବେଳେ ଏକ କାରରୁ ବିପୁଳ ପରିମାଣର ଟଙ୍କା ଜବତ କଲା ପୁରୁଣାକଟକ ପୋଲିସ । ବୌଦ୍ଧ ନିର୍ବାଚନ ମଣ୍ଡଳୀ ୫୭ନଂ ଜାତୀୟ ରାଜପଥର ପୁରୁଣାକଟକ ଥାନା କରଡାକୋଠା ନିକଟରେ ଯାନବାହାନ ଯାଞ୍ଚ ବେଳେ ଏକ କାରରୁ ବିପୁଳ ପରିମାଣର ଟଙ୍କା ପୁରୁଣାକଟକ ପୋଲିସ ଜବତ କରିଛି ।

ଏକ କଳା ରଙ୍ଗର କାର OD 02 BM 1517 କୁ ଅଟକାଇ ପୋଲିସ ଯାଞ୍ଚ କରିବା ବେଳେ କାର୍ ମଧ୍ୟରୁ ପୁଳା ପୁଳା ଟଙ୍କା ମିଳିଥିଲା । ପୋଲିସ୍ କାର ସହ କାରରେ ବସିଥିବା ୨ ଜଣ ଯୁବତୀ ଓ ଡ୍ରାଇଭରକୁ ଥାନାକୁ ଆଣି ଅଟକ ରଖି ବାହାରିଥିବା ଟଙ୍କା ଗଣତି କରୁଛି । ବୌଦ୍ଧ ଜିଲ୍ଲା ରୁ କୃପା ସିନ୍ଧୁ ସୁନା l

Comments
Loading...