ବହୁ ମାତ୍ରାରେ ବେଆଇନ ବିଦେଶୀ ମଦ ଜବତ ୩ ଗିରଫ

ପୁନଶ୍ଚ ଧରାପଡିଲା ବେଆଇନ ମଦ ବହୁ ମାତ୍ରାରେ । କରୋନା ସମୟରେ ତଥା ଆସନ୍ତା କାଲିଠାରୁ ରାଜ୍ୟ ସାରା ୧୪ ଦିନିଆ ଲକଡାଉନ ଘୋଷଣା ହୋଇଥିବା ବେଳେ ବାଇକ ଓ ସ୍କୁଟିରେ ବେଆଇନ ବିଦେଶୀ ମଦ ନେଉଥିବା ବେଳେ ଧରା ପଡିଥିଲେ ପୋଲିଶ ହାତରେ । ରାଉରକେଲା ସ୍ଥିତ ପ୍ଲାଣ୍ଟସାଇଟ ପୋଲିଶ ପେଟ୍ରୋଲିଂ କରୁଥିବା ସମୟରେ କୌଣସି ସୂତ୍ରରୁ ଖବର ପାଇ ଟ୍ରାଫିକ ଗେଟ ଓ ପାଓ୍ବାର ହାଉସ ଅଞ୍ଚଳରେ ଚଢାଉ କରି ଓଡି ୧୪ ଇ ୯୫୨୧ ନଂ ସ୍କୁଟି ଓ ଓଡି ୧୪ ଟି ୫୦୩୧ , ଓଡି ୧୪ ଏକ୍ସ ୨୪୮୦ ନଂ ଦୁଇଟି ବାଇକ ସହ ବିଭିନ୍ନ କମ୍ପାନୀର ୧୦୮ ବୋତଲ ବିଦେଶୀ ମଦ ଯାହା ଅନୁମାନିକ ୭୦ ଲିଟର ହେବ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଥିଲା ପୋଲିଶ । ଏ ନେଇ ପ୍ଲାଣ୍ଟସାଇଟ ଥାନାରେ ଏକ ଅବକାରୀ ମାମଲା ରୁଜୁ ହୋଇଛି । ଗିରଫ ଅଭିଯୁକ୍ତ ମାନଙ୍କର ପ୍ରାଥମିକ ତଦନ୍ତ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ଲକଡାଉନ ସମୟରେ ଚଢା ମୂଲ୍ୟରେ ମଦ କାରବାର କରିବା ସକାସେ ଆଗୁଆ ସପ୍ଲାଇ ହେଉଥିବା ବିଦେଶୀ ମଦ ଜବତ ହୋଇଛି ପୋଲିଶ ହାତରେ ।

Comments
Loading...