ରାଉରକେଲା ସହରରେ ଖୋଲିଲା ସ୍ୱତନ୍ତ୍ର କଂଟ୍ରୋଲ ରୁମ

ମାଡି ଆସୁଛି କରୋନା , ଆଉ ଅମାନିଆ ହୁଅନା । ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ସହରରେ କରୋନା ସ୍ଥିତି ସଙ୍ଗିନ ହେଉଥିବା ବେଳେ ରାଉରକେଲା ସହରର ମହାନଗର ନିଗମ କାର୍ଯ୍ୟଳୟର ପାଠାଗାରରେ ଆଜିଠୁ ଆରମ୍ଭ ହୋଇଛି ସ୍ଵତନ୍ତ୍ର ୨୪ ଘଣ୍ଟିଆ ହେଲ୍ପଲାଇନ ନମ୍ୱର । ଦିନକୁ ଦିନ ସଂକ୍ରମଣ ବଢ଼ି ଚାଲିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହୋଇଛି ଏହି ମାଗଣା ହେଲ୍ପଲାଇନ ସେବା । ସହରବାସୀ ମାନେ କୌଣସି ଅସୁବିଧାର ସମ୍ମୁଖୀନ ନ ହୋଇ କିପରି ସହଜରେ କରୋନା ରୋଗୀଙ୍କ ସମ୍ପର୍କରେ ବା ନିଜ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କୁ ସଠିକ ଭାବରେ ହସ୍ପିଟାଲରେ ଚିକିତ୍ସା କରାଇପାରିବେ ସେ ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ପାଇପାରିବେ ସେନେଇ ଜିଲ୍ଲା ପ୍ରଶାସନ ଜାରି କରିଛି କରୋନା ହେଲ୍ପଲାଇନ ନମ୍ୱର । କରୋନାର ଦ୍ବିତୀୟ ଲହରୀରେ ସମଗ୍ର ଜିଲ୍ଲାରେ ସଂକ୍ରମଣର ସ୍ଥିତି ଜଟିଳ ହେବାରେ ଲାଗିଛି । ଏଠାକାର ପରିସ୍ଥିତି ଏଭଳି ହୋଇଛି ଯେ କରୋନା ରୋଗୀ ଚିକିତ୍ସା , ବେଡ ଓ ଆମ୍ବୁଲାନ୍ସ ପାଇବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଆଜି କରୋନା ରୋଗୀ ଓ ତାଙ୍କ ପରିବାର ପରିଜନର ସୁବିଧା ସକାଶେ ରାଉରକେଲା ମହାନଗର ନିଗମର ପାଠାଗାରରେ ସୁନ୍ଦରଗଡ଼ ଜିଲ୍ଲାପାଳ ଓ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ବାରା ଉଦଘାଟିତ ହୋଇଥିବା ନୂତନ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଯୋଗୁଁ ସମସ୍ତେ ଉପକୃତ ହୋଇପାରିବେ ।

କରୋନା ପରିସ୍ଥିତି ଜାଣିବା ଓ ଘରୋଇ ହସ୍ପିଟାଲରେ ଔଷଧ ମିଳିବା , ବେଡ ଖାଲି ଅଛିକି ନାହିଁ ଇତ୍ୟାଦି ସମସ୍ତ ବିସୟରେ ଜାଣିବା ସକାଶେ ସବୁ ଘରୋଇ ହସ୍ପିଟାଲକୁ ଯୋଗାଯୋଗ କରିବା ପାଇଁ ଜାରି କରାଯାଇଛି ହେଲ୍ପଲାଇନ ନମ୍ୱର ଏମର୍ ଜେନସି ନଂ ୭୮୪୭୦୫୪୧୬୫ , ଆମ୍ବୁଲାନ୍ସ ନଂ ୭୦୭୭୩୧୧୨୩୪ , ହାଇଟେକ୍ ହସ୍ପିଟାଲ ନଂ ୮୭୬୩୧୭୯୯୩୮ , ଶାନ୍ତି ମେମୋରିଆଲ ନଂ ୭୨୦୫୩୧୮୧୦୧ , ଜେପି ହସ୍ପିଟାଲ ନଂ ୯୦୭୮୮୮୪୭୪୧ ଏହି ନଂ ଗୁଡିକରେ ଯୋଗାଯୋଗ କରିପାରିବେ । ଯାହା ରୋଗୀ ଓ ତାଙ୍କ ପରିବାର ପରିଜନର ଅନେକ ସୁବିଧା ହେବ । ଆଜିର ଏହି କାର୍ଯ୍ୟକ୍ରମକୁ ରାଉରକେଲା ସହରବାସୀ ଆନ୍ତରିକତାର ସହିତ ସ୍ଵାଗତ ଜଣାଇଛନ୍ତି । ଜିଲ୍ଲା ପ୍ରଶାସନର ଉଚିତ ପଦକ୍ଷେପକୁ ବୁଦ୍ଧିଜୀବୀ ମହଲ ସାଧୁବାଦ ଜଣାଇଛି ।

Comments
Loading...