ଅତିରିକ୍ତ ଜିଲ୍ଲାପାଳ ହାଇଟେକ୍ କୋବିଡ ହସ୍ପିଟାଲ ଯାଞ୍ଚ କଲେ

ରାଉରକେଲା (କୋଶଲ ନ୍ୟୁଜ୍) – କରୋନା ମହାମାରୀର ଦ୍ବିତୀୟ ଲହରୀରେ ଆକ୍ରାନ୍ତ ହୋଇ କେତେକ କରୋନା ରୋଗୀ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି ରାଉରକେଲା ସ୍ଥିତ ହାଇଟେକ କୋବିଡ ହସ୍ପିଟାଲରେ । ତେବେ ଉକ୍ତ ହସ୍ପିଟାଲରେ କରୋନା ରୋଗୀଙ୍କ ପାଇଁ କି କି ବ୍ୟବସ୍ତା କରାଯାଇଛି ସେ ସବୁକୁ ପରଖିବା ପାଇଁ ରାଉରକେଲାର ଅତିରିକ୍ତ ଜିଲ୍ଲାପାଳ ଆବୋଲି ସୁନୀଲ ନରଓ୍ବାଣେ ପହଞ୍ଚି ଥିଲେ ଯାଞ୍ଚ ପାଇଁ । କରୋନା ରୋଗୀଙ୍କ ଚିକିତ୍ସା ପ୍ରଣାଳୀ , ସେମାନଙ୍କୁ ଦିଆ ଯାଉଥିବା ଖାଦ୍ୟ ପଦାର୍ଥ ସାଙ୍ଗକୁ ପରିଷ୍କାର ପରିଛନ୍ନ ଇଦ୍ୟାଦି ବିଭିନ୍ନ ତଥ୍ୟ ବିଷୟରେ ସ୍ବତଃ ଅବଗତ ହେବା ପରେ କରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ରୋଗୀଙ୍କର ପରିବାର ବର୍ଗଙ୍କ ସହିତ ସମ୍ପର୍କ ଏବଂ ତାଙ୍କର ଭଲ ମନ୍ଦ ଯାଣିବା ସକାସେ ଏକ ହେଲପଲାଇନ ୮୭୬୩୪୯୯୨୩୩ ମୋବାଇଲ ନଂ ଜାରି କରିଥିବା ଜଣାପଡିଛି । ଏହା ହାଇଟେକ କୋବିଡ ହସ୍ପିଟାଲର ହେଲପଲାଇନ ନଂ ଯେଉଁଥିରେ ରୋଗୀଙ୍କ ବିଷୟରେ ତାଙ୍କର ପରିବାର ଲୋକେ ଚିକିତ୍ସା ଓ ଅନ୍ୟାନ୍ୟ ସୁବିଧା ଅସୁବିଧା ବିଷୟରେ ବୁଝିପାରିବେ । ଅତିରିକ୍ତ ଜିଲ୍ଲାପାଳଙ୍କ ହାଇଟେକ କୋବିଡ ହସ୍ପିଟାଲର ସୁବିଧା ବିଷୟରେ ଯାଞ୍ଚ ଓ ହେଲପଲାଇନ ନଂ ବ୍ୟବହାର ଯୋଗ୍ୟ କରିଥିବାରୁ ସହର ବାସୀ ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଥିବା ଜଣାଯାଇଛି ।

Comments
Loading...