ଦାଦନ ଶ୍ରମିକ ଘରବାହୁଡା, ଅମଲାପାଳି ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆଶ୍ରୟ

ନୂଆପଡା : ତେଲେଙ୍ଗନା ରାଜ୍ୟ କୁ ଦାଦନ ଖଟିଯାଇ ସେଠିକାର ଇଟା ଭାଟି ମାଲିକ ଙ୍କ ଦ୍ବାରା ନିର୍ଯ୍ୟାତିତ ହୋଇଥିୂବା ନୂଆପଡା ଜିଲ୍ଲା ରୋହିନପଦର ଗାଁ ର ଦାଦନ ଶ୍ରମିକ ଙ୍କୁ ଉଦ୍ଧାର କରାଯାଇଛି,ଖଡିଆଳ ବ୍ଲକ ଚନାବେଡା ପଂଚାୟତ ରୋହିନପଦର ଗାଁ ସମେତ ଅଂଚଲପୁର ଗାଁ ଓ ସିନାପାଲି ବ୍ଲକ ହାତିବନ୍ଦା ର ସମୁଦାୟ ୫୨ ଜଣ ସମେତ ବଲାଙ୍ଗିର ଜିଲ୍ଲା କଣ୍ଟାବାଜିଂ ୩୦ ଜଣ ତେଲେଙ୍ଗନା ରାଜ୍ୟ ମେଡକ ଜିଲ୍ଲା ର ଇଟା ଭାଟି ମାଲିକ ଆର,ବି ଶଙ୍କର ଙ୍କ ଭାଟି ରେ କାମ କରୁଥିଲେ,କଥା କଥା ରେ ଇଟା ଭାଟି ମାଲିକ ଓ ତାଙ୍କ କର୍ମଚାରୀ ଶ୍ରମିକ ମାନଙ୍କୁ ମାଡ ମାରିବାସହ ନିର୍ଯ୍ୟାତନା ଦେଉଥିଲେ, ଏହି ସମ୍ବନ୍ଦ ରେ ଶ୍ରମିକ ମାନେ ତାଙ୍କ ପରିଜନ ମାନଙ୍କୁ ଉଦ୍ଧାର କରିବା ପାଇଁ ଜଣାଇଥିଲେ,ନିର୍ଯ୍ୟାତିତ ଶ୍ରମିକ ଙ୍କ ପରିବାର ଲେକେ ଇଟା ଭାଟି ମାଲିକ ଙ୍କ ବିରୁଦ୍ଧ ରେ ପ୍ରଥମେ ଜିଲ୍ଲା ଶ୍ରମ ଅଧିକାରୀ ଓ ପରେ ଖଡିଆଳ ଥାନା ରେ ଏତଲା ଦେଇଥିଲେ,ବରଗଡ ଜିଲ୍ଲା ସେଚ୍ଛାସେବୀ ରଜିଂତା ପ୍ରିୟଦର୍ଶନୀ , କୋଶଳ ନ୍ୟୁଜ ତରଫରୁ ଟୁଇଟ ଯୋଗେ ସରକାର ଓ ବିଭିନ୍ନ ରାଜନୈତିକ ଦଳର ମନ୍ତ୍ରୀ ନେତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ, ଫଳରେ ମାଲକାନଗିରି ଏମପି ସପ୍ତଗିରି ଓଲକାଙ୍କ ପ୍ରଚେଷ୍ଟାରେ ଆଜି ସୁଦୁର ତେଲେଙ୍ଗନା ପୋଲିସ ଓ ସେଠିକାର ପ୍ରଶାସକ ୮୨ ଜଣ ଶ୍ରମିକ ଙ୍କୁ ବସ ଯୋଗେ ଖଡିଆଳ କୁ ପଠେଇଛନ୍ତି।

Comments
Loading...