ବଲାଙ୍ଗୀର ସୁଦ୍ପଡା ରେଲୱେ ଫାଟକ ଠାରେ ଦୁର୍ଘଟଣା : ୩ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
ଅନ୍ୟାନ୍ୟ ଖବର ପଢନ୍ତୁ
କୋଶଲ ନ୍ୟୁଜ୍ ବ୍ୟୁରୋ : ବଲାଙ୍ଗୀର : ୨୯/୧୨/୨୦ ରାତି ପ୍ରାୟ ୧୦:୧୫ ସମୟରେ ବଲାଙ୍ଗୀର ସୁଦପଡା ରେଲୱେ ଫାଟକ ଠାରେ ଏକ ଦୁର୍ଘଟଣା ଘଟିଛି । ସୋନପୁର ଆଡୁ ଦୃତ ଗତିରେ ଆସୁଥିବା ଏକ ସ୍ଵିଫ୍ଟ ଡିଜାୟାର୍ ମାରୁତିକାର ଦୁଇଟି ବାଇକ୍ କୁ ଧକ୍କା ଦେଇ ରେଲୱେ ଫାଟକ ରେ ପିଟି ହୋଇଥିଲା। ଏହି ଦୁର୍ଘଟଣା ରେ ୩ଜଣ ବାଇକ୍ ଆରୋହୀ ଗୁରୁତର ରୂପେ ଆହତ ହେଇଛନ୍ତି। ସେମାନଙ୍କୁ ଭୀମଭୋଇ ମେଡିକାଲ କଲେଜ ଓ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି। ଆହତ ମାନଙ୍କ ର ନାମ ଓ ପରିଚୟ ପତ୍ର ମିଳିନଥିବା ବେଳେ ଉଭୟ ବାଇକ୍ ବଲାଙ୍ଗିରର ବୋଳି ଅନୁମାନ କରାଯାଇଛି ଓ ମାରୁତି କାର ର ନମ୍ବର (OD07M7686) ଅନୁଯାୟୀ ଗାଡି ମାଲିକର ନାମ ହେଉଛି ରାମକ୍ରିଷ୍ଣା ତ୍ରିପାଠୀ ବୋଲି ଜଣାପଡିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଡାକ୍ତର ଖାନାରେ ଭର୍ତ୍ତି କରିବା ସହ ଘଟଣାର ତଦନ୍ତ କରୁଛି ।
ଆମେ ଦେବୁ ସତ୍ୟ ଖବର ସବୁ ଅଞ୍ଚଳ ର ଖବର ସବୁ ଖବର ଆପଣଙ୍କ ପାଖରେ ସବୁ ସମୟରେ।
କୋଶଲ ନ୍ୟୁଜ୍। ଆପଣଙ୍କର ଅଞ୍ଚଳ, ଆପଣଙ୍କର ଖବର।
Prev Post
Comments