୨ବର୍ଷ ପରେ ମଧ୍ୟ ସମ୍ପୂର୍ଣ୍ଣ ହୋଇପାରୁନି ଅଙ୍ଗନଓ୍ବାଡି କେନ୍ଧ୍ର

ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଟଙ୍କପାଣି ଗାଁରେ ନିର୍ମାଣ କରାଯାଉଥିବା ଅଙ୍ଗନଓ୍ବାଡି କେନ୍ଧ୍ର କୁ ୨ବର୍ଷ ହେବ ହେଲେ ସମ୍ପୂର୍ଣ୍ଣ ହୋଇପାରୁନି କି ସୂଚନା ଫଳକ ଲାଗାଯାଇନି। ବର୍ତ୍ତମାନ ଅଙ୍ଗନଓ୍ବାଡି ଗୃହ ନଥିବାରୁ ବହୁତ ଅସୁବିଧା ହେଉଛି।ଅଙ୍ଗନଓ୍ବାଡି ଶିଶୁ ମାନଙ୍କୁ ପାଠ ପଢାଇବା ପାଇଁ ଗାଁ ସ୍କୁଲର ଗୋଟିଏ କଠୋରୀ ଦିଆଯାଇଛି।ସେହି ସ୍କୁଲରେ ଏବେ ପାଠ ପଢାଯାଉଛନ୍ତି। ହେଲେ ସ୍କୁଲର ଛାତ ଧିରେ ଧିରେ ଖସି ରଡ ଦିଶିଗଲାଣି ଯାହାକି ଶିଶୁ ମାନଙ୍କ ପାଇଁ ବିପଦ ଆଶଙ୍କା ଦେଖା ଦେଉଛି। ଯେଉଁ କି ବର୍ତ୍ତମାନ ଶିଶୁ ମାନଙ୍କୁ ପାଠ ପଢିବା ଓ ଗର୍ଭବତୀ ମାନଙ୍କୁ ଭେଚେଣ୍ଡି,ଏଚେଣ୍ଡି, ଦେବା ପାଇଁ ଅସୁବିଧା ହେଉଛି।ହେଲେ ନବ ନିର୍ମିତ ଅଙ୍ଗନଓ୍ବାଡି ଗୃହ ୨ବର୍ଷ ହେବ ସମ୍ପୂର୍ଣ୍ଣ ହୋଇନଥିବାରୁ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।ଏନେଇ ସରପଞ୍ଚ ଉତ୍ତର କୁମାର ଭୋଇଙ୍କୁ ପଚାରିବାରୁ ଟଙ୍କା ଟିଏ ବି ବିଲ ମିଲି ନଥିବା ଏବେ ଫାଇଲ ଦିଆଯାଇଛି କୋଡିଙ୍ଗ ମଧ୍ୟ ହୋଇ ନଥିଲା ସେଥିପାଇଁ ପଡିରହିଥିବା ସୂଚନା ଦେଇଛନ୍ତି।ଅନ୍ୟ ପଟେ ଖପ୍ରାଖୋଲ ବିଡିଓ ତରଣୀ ସୁନାଙ୍କୁ ପଚାରିବାରୁ ସେଇଟା ଆଗରୁ ଡିଷ୍ଟପୁଟ ଥିଲା ଏବେ ଡିଷ୍ଟପୁଟ ସଟ୍ ଆଉଟ କରି ଅଙ୍ଗନଓ୍ବାଡି କେନ୍ଧ୍ର ନିର୍ମାଣ କରାଯିବ ବୋଲି ପ୍ରକାଶ କରିଥିଲେ।

କ୍ରିଷ୍ଣା ସେଠୀ

ସମ୍ବାଦଦାତା

Comments
Loading...