ଖପ୍ରାଖୋଲ ବ୍ଳକ ସ୍ତରୀୟ ବିଞ୍ଝାଲ ସମାଜ ର କମିଟି ଗଠନ

କୋଶଲ ନ୍ୟୁଜ୍ ବ୍ୟୁରୋ  : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ଖପ୍ରାଖୋଲ ଠାରେ ସ୍ବାଲାଖ ବିନ୍ଧ୍ୟଗିରୀ ବିଂଝାଲ ସମାଜ ର ସାମାଜିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୁଡୁ ବରିହା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ସମାଜ ର ବିଭିନ୍ନ ଦିଗ ଯଥା ଅର୍ଥ ନୈତିକ ,ଏକତା ,ସଂଗଠନ ସଦୃଢ , ଶିକ୍ଷା ସ୍ବାସ୍ଥ୍ୟ ନିଶା ପରମ୍ପରା ରୀତିନୀତି ଆଦି ବିଷୟରେ ଆଲୋଚନା କରାଯାଇଥିଲା । ବ୍ଳକ ର ପ୍ରତ୍ୟେକ ପାଞ୍ଚାୟତ ସ୍ତରୀୟ ନୂତନ କମିଟି ର ସଭାପତି ସଂପାଦକ ସଦସ୍ୟ ମାନେ ଉପସ୍ଥିତ ଥିଲେ । ଶେଷରେ ବ୍ଳକ ସ୍ତରୟୀ ନୂତନ କମିଟି ଗଠନ କରାଯାଇଥିଲା ।

ସଭାପତି ଭାବେ ଲୋଚନ ସିଂ ବରିହା , ଉପସଭାପତି ବିବାନ ବରିହା , ସଂପାଦକ ପବିତ୍ର ବରିହା , ସହ ସଂପାଦକ ଶୁକୃ ବରିହା , କୋଷାଧ୍ୟକ୍ଷ ନୀଳାମ୍ବର ବରିହା , ଶିକ୍ଷା ବିତ ମିନକେତନ ବରିହା , ସ୍ଥାୟୀ ସଭ୍ୟ ବୁଠି ବରିହା , ମିଡ଼ିଆ ସେଲ୍ ସଂଯୋଜକ ସାମ୍ବାଦିକ ଭୋଜ ରାଜ ବରିହା , ଗୋରେଖନାଥ ବରିହା ପ୍ରମୁଖ ରହିଥିବା ବେଳେ ସାମାଜିକ ସଂଗଠନ ସଂଯୋଜକ କ୍ଷିରସିନ୍ଧୁ ବରିହା , ସକ୍ରିୟ ସଭ୍ୟ ବ୍ରଜମୋହନ ବରିହା , ପତ୍ରବାହାକ (ଚପରାଶି) ସମାରୁ ବରିହା ମନୋନୀତ ହୋଇଥିଲେ । କରୁଆଁଝର ପଞ୍ଚାୟତ ସଭାପତି ବୁଡୁ ବରିହା ,ତେଲେନପାଲି ସଭାପତି ସିତାରାମ ବରିହା , ରେଙ୍ଗାଲି ସଭାପତି ସୁଗ୍ରୀବ ବରିହା ,ମହରାପଦର ସଭାପତି ଦଶରୁ ବରିହା ,ଭାନପୁର ଲିଙ୍ଗରାଜ ବରିହା ,ବେନ୍ଦେର ସଭାପତି ମନୋହର ବରିହା ,ଘନସର ସଭାପତି ରଥ ବରିହା , ଖପ୍ରାଖୋଲ ସଭାପତି ନେତ୍ରାନନ୍ଦ ,ମାଟିଆଭଟା ସଭାପତି ଶଙ୍କର୍ଷଣ ଭୂଏ , ଓଡ଼ିଆପାଲି ସୁରେନ୍ଦ୍ର ବରିହା ପ୍ରମୁଖ ଉପସ୍ଥିତ ଥିବା ବେଳେ ରଥ ବରିହା ପରିଚାଳନା କରିଥିଲେ ସୁଗ୍ରୀବ ବରିହା ଧନ୍ୟବାଦ ଅର୍ପଣ କରିଥିଲେ ।
Comments
Loading...