ବଲାଙ୍ଗୀର ଜିଲ୍ଲାପାଳ ଙ୍କ ଲାଠୋର ଅଞ୍ଚଳ ଗସ୍ତ

ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ଲାଠୋର ଅଞ୍ଚଳ ଗସ୍ତ କରିଛନ୍ତି।ତାଙ୍କ ସହିତ ଖପ୍ରାଖୋଲ ବିଡ଼ିଓ ତରଣୀ ସୁନା, ତହସିଲଦାର ଧୀରଜ କୁମାର ପାତ୍ର, କନିଷ୍ଠ ଯନ୍ତ୍ରୀ ସୋମ୍ୟକୁମାର ଜୟପୁରିଆ, ବିଭିନ୍ନ ବିଭାଗ ର ଅଧିକାରୀ ପରିଦର୍ଶନ ରେ ସାମିଲ ଥିଲେ।ସର୍ବ ପ୍ରଥମେ ଫୁଳକିମୁଣ୍ଡା ଟି ଏମ ସି କେନ୍ଦ୍ର ପରିଦର୍ଶନ କରି ଲାଠୋର ଗ୍ରାମ ପଞ୍ଚାୟତ ପହଞ୍ଚି ଥିଲେ। ସେଠାରେ ପଞ୍ଚାୟତ ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ,କୋଭିଡ୍ ଟି ଏମ୍ ସି କେନ୍ଦ୍ର, ପରିଶେଷରେ ସେ ଲାଠୋର ପ୍ରାଥମିକ ଚିକିତ୍ସା କେନ୍ଦ୍ର ପରିଦର୍ଶନ କରି ସେଠାରେ ଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ।

Comments
Loading...