ରାଜ୍ୟରାଜପଥକୁ ତୁରନ୍ତ ପ୍ରଶସ୍ତ କରିବାକୁ ଦାବୀ

କୋଶଲ ନ୍ୟୁଜ୍ ବ୍ୟୁରୋ :- ବଲାଙ୍ଗୀର /ବଙ୍ଗୋମୁଣ୍ଡା :-ବଲାଙ୍ଗୀର -ଚାନ୍ଦୋତରା 42ନମ୍ବର ରାଜ୍ୟରାଜପଥ ସିନ୍ଧେକେଲା ସହର ଦେଇ ଯାଇଥିବା ବେଳେ ପଲ୍ଲୀଶ୍ରୀହାଇସ୍କୁଲ ଠାରୁ ଶିବମନ୍ଦିର ପର୍ଯ୍ୟନ୍ତ ସିନ୍ଧେକେଲାସହର ମଧ୍ୟରେ ପ୍ରବଳଭିଡ଼ ପରିଲକ୍ଷିତ ହେଉଛି l ବିଶେଷକରି ସିନ୍ଧେକେଲା ବ୍ୟବସାୟୀକ ପେଣ୍ଠସ୍ଥଳୀ ହୋଇଥିବାରୁ ଗ୍ରାହକମାନଙ୍କ ଭିଡ଼, ରାସ୍ତାଉପରେ ପାସେଞ୍ଜର ନେବାପାଇଁ ବସମାନଙ୍କ ରହଣି ସାଙ୍ଗକୁ ରାସ୍ତାରେ ବିଭିନ୍ନଗାଡି ଚଳାଚଳ ଯୋଗୁଁ ଟ୍ରାଫିକ ଜାମହେଉଛି ଏଣୁ ଏହାକୁ ଦୃଷ୍ଟିରେ ରଖି ରାଜପଥକୁ ପ୍ରଶସ୍ତ କରିବାପାଇଁ ତୁରନ୍ତ ପଦକ୍ଷେପ ନେବାପାଇଁ ସାଧାରଣରେ ଦାବୀ ହେଉଛି ।

Comments
Loading...